ପୁଣି ଉପର ମୁହାଁ ପେଟ୍ରୋଲ-ଡିଜେଲ୍

ନୂଆଦିଲ୍ଲୀ: ତୈଳ ଦର ଦିନକୁ ଦିନ ତଳକୁ ଖସିବାକୁ ନାଁ ଧରୁନଥିବା ବେଳେ ଦେଶରେ ଲଗାତାର ୧୨ ଦିନ ହେବ ବଢି ଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ପେଟ୍ରୋଲ ଲିଟର ପିଛା ୩୯ ପଇସା ଓ ଡିଜେଲ ୩୭ ପଇସା ବୃଦ୍ଧି ଘଟିଛି । ଫଳରେ ବିଭିନ୍ନ ସହରରେ ପେଟ୍ରୋଲ ଓ ଡିଜେଲ୍ ଦର ସେଞ୍ଚୁରୀ ଟପି ସାରିଲାଣି ।
ଭୁବନେଶ୍ୱରରେ ପେଟ୍ରୋଲ ଦର ଗତକାଲି ତୁଳନାରେ ୪୧ ପଇସା ବଢିଛି । ଫଳରେ ପେଟ୍ରୋଲ ଦର ଆଜି ୯୦ ଟଙ୍କା ୨୫ ପଇସା ରହିଛି । ସେପଟେ ମାଲକାନଗିରିରେ ପେଟ୍ରୋଲ ଦର ୯୪ ଟଙ୍କା ୮୮ ପଇସା ଥିବା ବେଳେ ଡିଜେଲ୍ ଦର ୯୧ ଟଙ୍କା ୬୧ ପଇସା ରହିଛି ।
ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୦ ଟଙ୍କା ୫୮ ପଇସା ବଢିଛି । ସେହିପରି ଡିଜେଲ୍ ଦର ଲିଟର ପିଛା ୮୦ ଟଙ୍କା ୯୭ ପଇସାରେ ପହଞ୍ଚିଛି । ମୁମ୍ବାଇରେ ତେଲ ଦର ସେଞ୍ଚରୀ ମାରିବାକୁ ମାତ୍ର ଆଉ ୩ ଟଙ୍କା ବାକି ଅଛି । ସେଠାରେ ପେଟ୍ରୋଲ ଲିଟର ପିଛା ୯୭ ଟଙ୍କାରେ ପହଞ୍ଚିଛି । ସେହିପରି ଡିଜେଲ୍ ଦର ୮୮.୦୬ ପଇସା ରହିଛି । ଚେନ୍ନାଇରେ ପେଟ୍ରୋଲ ୯୨.୫୯ ଏବଂ ଡିଜେଲ୍ ୮୫.୯୮ (ପୃÂା-୮)

Leave A Reply

Your email address will not be published.

2 × two =