ନୂଆଦିଲ୍ଲୀ: ଦୈନଦିନ ବୃଦ୍ଧି ଯୋଗୁଁ ପେଟ୍ରୋଲ-ଡିଜେଲ ଦର ପ୍ରତିଦିନ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି । ସରକାରୀ ତୈଳ କମ୍ପାନୀ ଆଜି ମଧ୍ୟ ତୈଳ ଦଳ ବୃଦ୍ଧି କରିଛି । ଏଥିସହ ଦେଶର ଅଧିକାଂଶ ସହରରେର ତୈଳ ଦର ଏୈବ ୧୦୦ ଟଙ୍କା ଅତିକ୍ରମ କରିଛି । ଶ୍ରୀଗଙ୍ଗାନଗର, ଅନୁପପୁର, ରିୱା, ଇନ୍ଦୋର, ଭୋପାଳରେ ତୈଳ ଦର ୧୦୦ ଟଙ୍କା ଅତିକ୍ରମ କରିଛି ।
ଆଜି ପେଟ୍ରୋଲ ଦଳ ଲିଟର ପିଛା ୧୮ରୁ ୨୫ ପଇସା ଏବଂ ଡିଜେଳ୍ ଦର ଲିଟର ୨୭ରୁ ୩୦ ପଇସା ବୃଦ୍ଧି ପାଇଛି । ଦିନକ ତଳେ ଅର୍ଥାତ୍ ମେ’ ୧୪ ତାରିଖରେ ପେଟ୍ରୋଲ ଦର ୨୯ ଡିଜେଲ୍ ଦର ୩୪ ପଇସା ବୃଦ୍ଧି ପାଇଥିଲା । କିନ୍ତୁ ଶନିବାର ଉଭୟ ଦର ଅପରବର୍ତିତ ରହିଥିଲା । ହେଲେ ରବିବାର ପୁଣିଥରେ ତୈଳ ଦର ବଢିଛି ।
ରାଜଧାନୀ ଦିଲ୍ଳୀରେ ଆଜି ପେଟ୍ରୋଲ ୨୪ ପଇସା ଓ ଡିଜେଲ୍ ୨୭ ପଇସା ବଢିଛି । ଏହି ବୃଦ୍ଧି ସହ ଦିଲ୍ଲୀରେ ପେଟ୍ରୋଲ ଲିଟର ଦର ୯୨.୫୮ ଟଙ୍କା ହୋଇଛି । ସେହିପରି ଡିଜେଲ୍ ଦର ୮୩.୨୨ ଟଙ୍କା ରହିଛି । ଅନ୍ୟପକ୍ଷରେ ମୁମ୍ବାଇରେ ପେଟ୍ରୋଲ ଦର ୯୮.୮୮ ଟଙ୍କା ଓ ଡିଜେଲ୍ ଦର ୯୦.୪୦ ଟଙ୍କା ହୋଇଛି । ଏହାବ୍ୟତୀତ କୋଲକାତାରେ ପେଟ୍ରୋଲ ଦର ୯୨.୬୭ ଟଙ୍କା ଓ ଡିଜେଲ୍ ଦର ୮୬.୦୬ ଟଙ୍କାର ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୯୪.୩୪ ଟଙ୍କା ଓ ଡିଜେଲ୍ ଦର ଲିଟର ପିଛା ୮୮.୦୭ ଟଙ୍କା ହୋଇଛି ।
ତେବେ ଶ୍ରୀଗଙ୍ଗାନଗରରେ ପେଟ୍ରୋଲ ଦର ୧୦୩.୫୨ ଟଙ୍କା ଓ ଡିଜେଲ୍ ଦର ୯୫.୯୯ ଟଙ୍କା ରହିଛି । ଅନୁପପୁରରେ ପେଟ୍ରୋଲ ଦର ୧୦୩.୨୧ ଟଙ୍କା ଓ ଡିଜେଳ୍ ଦର ୯୩.୯୮ ଟଙ୍କା ହୋଇଛି । ସେହିପରି ରିୱାରେ ପେଟ୍ରୋଲ ଲିଟର ପିଛା ୧୦୨,୮୫ ଟଙ୍କା ଓ ଡିଜେଲ ଦର ୯୩.୬୫ ଟଙ୍କା, ଇନ୍ଦୋରରେ ପେଟ୍ରୋଲ ଦର ୧୦୦.୭ ଟଙ୍କା ଓ ଡିଜେଲ ଦର୯୧.୬୯ ଟଙ୍କା, ଭୋପାଳରେ ପେଟ୍ରୋଲ ଦର ୧୦୦.୬୩ ଟଙ୍କା ଓ ଡିଜେଲ୍ ଦର ୯୧,୫୯ ଟଙ୍କା , ଜୟପୁରରେ ପେଟ୍ରୋଲ ଲିଟର ପିଛା ୯୯.୦୨ ଟଙ୍କା ଓ ଡିଜେଲ୍ ଲିଟର ୯୨.୮୬ ଟଙ୍କାକୁ ବୃଦ୍ଧି ପାଇଛି ।