ପୁଣି ବଢିଲା ପେଟ୍ରୋଲ-ଡିଜେଲ୍‌

ନୂଆଦିଲ୍ଲୀ: ଦେଶରେ ତୈଳ ବିପର୍ଣ୍ଣ କମ୍ପାନୀ ଅଜି ପୁଣି ଡିଜେଲ୍ ଓ ପେଟ୍ରୋଲ ଦାମ୍ ବୃଦ୍ଧି କରିଛନ୍ତି । ଫଳରେ ଡିଜେଲ୍ ଲିଟର ପିଛା ୧୮ ପଇସା ଏବଂ ପେଟ୍ରୋଲ ଲିଟର ପିଛା ୩୫ ପଇସା ବୃଦ୍ଧି ପାଇଛି । ନୂଆ ଦର ଲାଗୁ ହେବା ପରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦାମ୍ ସେଞ୍ଜୁରୀ ମୁହାଁ ହୋଇଛି । ଏଠାରେ ପେଟ୍ରୋଲ ଦର ୯୯ ଟଙ୍କା ୫୧ରେ ପହଞ୍ଚିଛି ସେହିପରି ଡିଜେଲ ଲିଟର ପିଛା ୮୯ ଟଙ୍କା ୩୬ ପଇସା ରହିଛି । ରବିବାର ଦିନ ମୁମ୍ବାଇରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୫ ଟଙ୍କା ୫୮ପଇସା ଏବଂ ଡିଜେଲ ୯୬ ଟଙ୍କା ୯୧ ପଇସା ବୃଦ୍ଧି ପାଇଛି । ସେହିପରି ଚେନ୍ନାଇରେ ପେଟ୍ରୋଲର ମୂଲ୍ୟ ସେଞ୍ଚରୀ ମାରିଛି । ଏଠାରେ ୧୦୦ଟଙ୍କା ୪୪ ପଇସା ରହିଛି ପେଟ୍ରୋଲ । ସେହିପରି ଡିଜେଲର ମୂଲ୍ୟ ଲିଟର ପିଛା ୯୩ ଟଙ୍କା ୯୧ ପଇସାକୁ ବୃଦ୍ଧି ପାଇଛି । କୋଲକାତାରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୯୯ ଟଙ୍କା ୪୫ ପଇସା ଏବଂ ଡିଜେଲର ଲିଟର ପିଛା ୯୨ ଟଙ୍କା ୨୭ ପଇସା ରହିଛି । ଏହାପୂର୍ବରୁ ଶନିବାର ଦିନ ପେଟ୍ରୋଲ ଏବଂ ଡିଜେଲର ଖୁଚୁରା ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନଥିଲା ।

Leave A Reply

Your email address will not be published.

five × 4 =