ପୁଣି ବଢିଲା ବସ୍ ଭଡା ୫ପଇସାରୁ ୧୫ ପଇସା

ଭୁବନେଶ୍ୱର : ଡିଜେଲର କ୍ରମାଗତ ମୁଲ୍ୟ ବୃଦ୍ଧି ଯୋଗୁଁ ଆଜି ରାଜ୍ୟରେ ପୁଣି ବସ୍ ଭଡା କି.ମି ପିଛା ୫ପଇସାରୁ ୧୫ ପଇସା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ସାଧାରଣ ଓ ଏକ୍ସପ୍ରେସ ଭଡା କି.ମି ପିଛା ୫ପଇସା ବୃଦ୍ଧି ପାଇଥିଲା ବେେଳେ ଡିଲକ୍ସ ଓ ଏସି ଡିଲକ୍ସ ବସ୍ ଭଡା ୧୦ ପଇସା ଏବଂ ସୁପର ପ୍ରିମିୟମ୍ ବସ୍ ଭଡା ୧୫ ପଇସା ବୃଦ୍ଧି ପାଇଛି । ଫଳରେ ଏଣିକି ସାଧାରଣ ବସ୍ ଭଡା କି.ମି ପଇସା ୮୦ ପଇସାରୁ ୮୫ ପଇସା, ଏକ୍ସପ୍ରେସ୍ ବସ୍ ଭଡା ୮୪ରୁ ୮୯ ପଇସା, ଡିଲକ୍ସ ବସ୍ ଭଡା ୧ଟ ୧୧ପଇସାରୁ ୧ଟ ୨୧ ପଇସା, ଏସି ଡିଲକ୍ସ ଭଡା ୧,୩୯ ପଇସାରୁ ୧ଟ ୪୯ପଇସା ଏବଂ ସୁପର ପ୍ରିମିୟମ୍ ବସ୍ ଭଡା କି.ମି ପିଛା ୨ଟ ୧୭ ପଇସାରୁ ୨ ଟ୩୨ ପଇସାକୁ ବୃଦ୍ଧି ପାଇଛି । ଆଜି ଠାରୁ ଏହି ବର୍ଦ୍ଧିତ ବସ୍ ଭଡା ଲାଗୁ ହୋଇଛି ବୋଲି ଘରୋଇ ବସ୍ର ମାଲିକ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି । ସୂଚନା ଯୋଗ୍ୟ ଯେ, ଗତ ଜାନୁୟାରୀ ମାସରେ ବସ୍ ଭଢା ୫ପଇସା ଲେଖାଁଏ ବୃଦ୍ଧି ପାଇଲା । ବସ୍ ଭଡା ବୃଦ୍ଧି ଯୋଗୁଁ ଯାତ୍ରୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି ।

Leave A Reply

Your email address will not be published.

10 + seventeen =