ପୁଣି ବଢୁଛି ସଂକ୍ରମଣ !

ନୂଆଦିଲ୍ଲୀ: ଦେଶରେ ଚିହ୍ନଟ ୧୩,୧୯୩ ଜଣ କୋଭିଡ-୧୯ ଆକ୍ରାନ୍ତ ଚିହ୍ନଟ ହୋଇଛି ଯାହା ଗତକାଲି ରେକର୍ଡ କରାଯାଇଥିବା ସଂକ୍ରମଣସଂଖ୍ୟା ଠାରୁ ୨.୪% ଅଧିକ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଂଟା ମଧ୍ୟରେ ୧୩.୧୯୩ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୯୭ ମୃତୁ୍ୟ ରେକର୍ଡ କରାଯାଇଛି । ଗତ ୨୪ ଘଂଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୦୯,୬୩,୩୯୪ରେ ପହଞ୍ଚିଛି । ଗତ ୨୪ ଘଂଟାରେ ୯୭ ମୃତୁ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ-୧୯ ଜନିତ ମୃତୁ୍ୟସଂଖ୍ୟା ୧,୫୬,୧୧୧ରେ ପହଞ୍ଚିଛି ।
ଗତ ୨୪ ଘଂଟାରେ କୋଭିଡ-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୧୦,୮୯୬ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୧,୦୬,୬୭,୭୪୧ । ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧,୩୯,୫୪୧ରେ ପହଞ୍ଚିଛି । କ୍ରମାଗତ ଏକ ମାସ ହେବ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ତଳେ ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୭ଟା ସୁଦ୍ଧା ସମୁଦାୟ ୯,୮୪୬,୫୨୩ ହିତାଧିକାରୀଙ୍କୁ ଟିକା ଦିଆଯାଇଛି । ଆଇସିଏମ୍ଆର୍ କହିବା ଅନୁସାରେ ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ଫେବ୍ରୁଆରି ୧୮ ସୁଦ୍ଧା ସମୁଦାୟ ୨୦,୯୪,୭୪,୮୬୨ ନମୁନା ପରୀକ୍ଷା ସରିଛି । ଗତକାଲି ପରୀକ୍ଷା ହୋଇଛି ୭,୭୧,୦୭୧ ନମୁନା ।

Leave A Reply

Your email address will not be published.

3 − 3 =