ଜୟପୁର: ରାଜସ୍ଥାନ କଂଗ୍ରେସର ବିଦ୍ରୋହୀ ନେତା ସଚିନ ପାଇଲଟ ଓ ଅନ୍ୟ ୧୮ଜଣ ବିଧାୟକଙ୍କ ସଭ୍ୟରଦ ଲାଗି ବାଚସ୍ପତିଙ୍କ ନୋଟିସ ଉପରେ ରାଜସ୍ଥାନ ହାଇକୋର୍ଟ ଆଜି ସ୍ଥିତାବସ୍ତା ବଜାୟୀ ରଖିବାକୁ ନିର୍ଦେଶ ଦେଇଛନ୍ତି । ଫଳରେ ପୁଣିଥରେ କୋର୍ଟରୁ ଆଶ୍ୱସ୍ତି ପାଇଛନ୍ତି ସଚିନ ପାଇଲଟ । ମାମଲାର ପରବର୍ତୀ ଶୁଣାଣି ସୋମବାର ଦିନ କରାଯିବ । ଆଜି ଶୁଣାଣି ବେଳେ ସଚିନ ପାଇଲଟ ଏବଂ ତାଙ୍କ୍ ସହଯୋଗୀମାନେ କେନ୍ଦ୍ର ସରକାରଙ୍କୁ ଏହି ମାମଲାରେ ପକ୍ଷଭୁକ୍ତ କରିବାକୁ ଆବେଦନ କରିବାପରେ ଅଦାଲତ ବଚସ୍ପତି ନୋଟିସ ଉପରେ ରହିତାଦେଶ ଜାରୀ କରିଛନ୍ତି ।
ସେମାନଙ୍କ ବିରୋଧରେ ଦଳ ବଦଳ ଆଇନ ଜରିଆରେ କାର୍ଯ୍ୟାନୁଷ୍ଠାନ ପାଇଁ କୁହାଯାଉଛି । ତେଣୁ ଏହି ମାମଲାରେ କେନ୍ଦ୍ର ସରକାର ପକ୍ଷଭୁକ୍ତ ହେବା ଦରକାର ବୋଲି ସଚିନଙ୍କ ଓକିଲ ଯୁକ୍ତି ବାଢିଥିଲେ । କୋର୍ଟ ମଧ୍ୟ ଏହାକୁ ଗ୍ରହଣ କରି କେନ୍ଦ୍ରକୁ ମାମଲାରେ ପକ୍ଷଭୁକ୍ତ କରିଛନ୍ତି । ଏବେ ପରବର୍ତୀ ଶୁଣାଣି ବେଳେ କେନ୍ଦ୍ର ସରକାର ନିଜ ଯୁକ୍ତି ଉପସ୍ଥାପନ କରିବେ । ସୋମବାର ଦିନ ରାଜସ୍ଥାନ ମାମଲାର ଶୁଣାଣି ଉଭୟ ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ହେବ ।