ଭୁବନେଶ୍ୱର- ଆସନ୍ତା ପୂଜା ଛୁଟି ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିବ । କରୋନା ସ୍ଥିତିକୁ ଦୃଷ୍ଟି ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଘୋଷଣା କରିଛନ୍ତି । ସେପ୍ଟେମ୍ବର ପହିଲାରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ପୂର୍ବରୁ ନିଷ୍ପତି ନିଆଯାଇଥିଲା । କିନ୍ତୁ କରୋନା ସଂକ୍ରମଣ ଦ୍ରୁତ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ଏଭଳି ନିଷ୍ପତି ନେଇଛନ୍ତି । ଯଦି ଏଭଳି ସମୟରେ ସ୍କୁଲ କଲେଜ ଖୋଲା ଯିବ ତେବେ ଛାତ୍ରଛାତୀଙ୍କ ଜୀବନ ପ୍ରତି ବିପଦ ରହିଛି । ଅନ୍ୟପଟେ କର୍ଣ୍ଣଟକ ସରକାର ଅକ୍ଟୋବର ୧ ତାରିଖରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ନିଷ୍ପତି ନେଇଛନ୍ତି ।