ଭୁବନେଶ୍ୱର-  ପୂଜା ପାଇଁ ଜାରି ହେଲା ନୂଆ ଗାଇଡଲାଇନ । ସେପ୍ଟେମ୍ବର, ଅକ୍ଟୋବର  ଓ ନଭେମ୍ବର ମାସରେ ଦୁର୍ଗା ପୂଜା, କଳୀ ପୂଜା ଓ ଗଜଲକ୍ଷ୍ମୀ ପୁଜା ଥିବାରୁ  ଗାଇଡଲାଇନ ଜାରି କରାଯାଇଛି ।  ଗାଇଡ ଅନୁଯାୟୀ  ପୂଜା ମଣ୍ଡପରେ ପୂଜା ପାଇଁ ଜିଲ୍ଲାମାନଙ୍କରେ ଜିଲ୍ଲାପାଳ ଓ ଟ୍ୱିନସିଟରେ କମିଶନରଙ୍କ ଠାରୁ  ଅନୁମତି ଜରୁରୀ ।  କମ ସଂଖ୍ୟକ ଲୋକଙ୍କୁ ନେଇ ପୂଜା  କାର୍ଯ୍ୟାନୁଷ୍ଠାନ ହେବ । ପୂଜା ମଣ୍ଡପ ତିନି ପାଶ୍ୱର୍ରୁ ସଂପୂର୍ଣ୍ଣ ବନ୍ଦ ଓ ଚତୁର୍ଥ  ପାଶ୍ୱର୍ ଆଂଶିକ ବନ୍ଦ ରହିବ । ମୂର୍ତିର ଉଚ୍ଚତା ୪ ଫୁଟରୁ କମ ରହିବ ।  କର୍ତା ଏବଂ ବ୍ରାହ୍ମଣକୁ ମିଶାଇ ୯ରୁ ଅଧିକ ରହିବେନି । ମଣ୍ଡପରେ ଉପସ୍ଥିତ  ସମସ୍ତେ କୋଡ କଟକଣା ମାନିବା ସହ ସାମାଜିକ ଦୂରତା ଓ ମାସ୍କ  ପିନ୍ଧିବାକୁ ବାଧ୍ୟ । ଭସାଣ ଉତ୍ସବ ହେବ ନାହିଁ , କୃତ୍ରିମ ପୋଖରୀରେ ମୂର୍ତି ବିସର୍ଜନ କରାଯିବ । ଏହିପରି ଆନେକ ଗାଇଡଲାଇନ ଜାରି କରାଯାଇଛି । ଯେଉଁମାନେ ଏହି ନିୟମ  ଉଲ୍ଲଘଂନ କରିବେ ସେମାନଙ୍କ  ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି   ଚେତାଇ ଦିଆଯାଇଛି । ରଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି  ରାଜ୍ୟ ସରକାର ଏଭଳି ନିଷ୍ପତି ନେଇଛନ୍ତି ।