ପେଗାସସ୍ : ଅଭିଯୋଗ ସତ୍ୟ ହୋଇଥିଲେ ସାଂଘାତିକ

ନୂଆଦିଲ୍ଲୀ: ବିରୋଧୀ ନେତା, ସାମ୍ବାଦିକ ଏବଂ ଅନ୍ୟମାନଙ୍କୁ ଟାର୍ଗେଟ୍ କରିବା ଲାଗି ପେଗାସସ୍ ସ୍ପାଏୱେର ବ୍ୟବହାର କରାଯାଇଥିବା ନେଇ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଯଦି ସତ ହୋଇଥାଏ ତେବେ ଅଭିଯୋଗ ସାଙ୍ଘାତିକ ବୋଲି ଆଜି ସୁପ୍ରିମ୍ କୋର୍ଟ ମନ୍ତବ୍ୟ ଦେବା ସଙ୍ଗେ ସଙ୍ଗେ ମାମଲାର ଶୁଣାଣୀକୁ ୧୦ ତାରିଖକୁ ସ୍ଥଗିତ ରଖି୍‌ଛନ୍ତି । ସେହିପରି ପିଟିସ୍‌ନ୍‌ର ନକଲ କେନ୍ଦ୍ର ସରକାରଙ୍କୁ ଦେବାଲାଗି ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।
ପ୍ରଧାନ ବିଚାରପତି ଏନ୍‌ଭି ରମଣା ଓ ବିଚାରପତି ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠ ପେଗାସସ୍ ପିଟିସନ୍‌ଗୁଡ଼ିକର ଶୁଣାଣି କରି ଏହି ମନ୍ତବ୍ୟ ଦେଇଛନ୍ତି । ପ୍ରଧାନ ବିଚାରପତି କହିଛନ୍ତି, ଏହି ଘଟଣାରେ କୌଣସି ବ୍ୟକ୍ତି ‘ଆଇଟି ଏବଂ ଟେଲିଗ୍ରାଫିକ୍ ଆକ୍ଟ’ରେ ଅଭିଯୋଗ କରି ନାହାନ୍ତି କାହିଁକି । ଏହାର ଜବାବ ଦେଇ ବରିଷ୍ଠ ଆଡ୍‌ଭୋକେଟ୍ କପିଳ ସିବଲ କହିଲେ, ଆମେ ପ୍ରତ୍ୟେକ୍ଷଭାବେ ସୂଚନା ହାସଲ କରି ପାରିନାହୁଁ । ଏଥିରେ ୩୭ଟି ଭେରିଫାଏଡ୍ ମାମଲା ରହିଛି ।
ସୂଚନାଯୋଗ୍ୟ ଯେ, ପେଗାସସ୍ ଗୁଇନ୍ଦାଗିରି ନେଇ ବରିଷ୍ଠ ସାମ୍ବାଦିକ ଏନ୍ ରାମ ଓ ଶଶିକୁମାର ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ସମ୍ବଳିତ ଏକ ମାମଲା ରୁଜୁ କରିଥିଲେ । ସେହିପରି ଦୁଇ ଦିନ ତଳେ ‘ଦି ଏଡିଟର୍ସ ଗିଲ୍‌ଡ୍ ଅଫ୍ ଇଣ୍ଡିଆ’ ଦାଏର କରିଛି । ଏହି ପିଟିସନ୍‌ରେ ଉକ୍ତ ସ୍ପାଇୱେର କଣ୍ଟ୍ରାକ୍ଟ୍ ଏବଂ ତାହାଦ୍ୱାରା ଟାର୍ଗେଟ୍ ହୋଇଥିବା ବ୍ୟକ୍ତିବିଶେଷଙ୍କ ତାଲିକା ସରକାରଙ୍କୁ ମଗାବାପାଇଁ ଅନୁରୋଧ କରିଛି । ପୂର୍ବରୁ ‘ସିପିଏମ୍‌’ ସାଂସଦ ଜନ୍ ବ୍ରିଟାସ୍ ଏବଂ ଅନ୍ୟଟି ଆଡ୍‌ଭୋକେଟ୍ ଏମ୍‌ଏଲ୍ ଶର୍ମା ୨ଟି ପିଟିସ୍‌ନ୍ ଦାଖଲ କରିଥିଲେ ।

Leave A Reply

Your email address will not be published.

2 × 2 =