ପେଗାସସ୍ ମାମଲା : ଶୁଣାଣୀ କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ପେଗାସସ୍ ମାମଲାର ଶୁଣାଣୀ କରିବେ ସୁପ୍ରିମକୋର୍ଟ ।ବରିଷ୍ଠ ସାମ୍ବାଦିକ ଏନ୍‌ରାମ୍ ଏବଂ ଶଶୀକୁମାର ଏସ୍‌ଆଇଟି ତଦନ୍ତ ପାଇଁ ଦାୟର କରିଥିବା ଜନସ୍ୱାର୍ଥ ମାମଲାର ଶୁଣାଣୀ ପାଇଁ ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଶ୍ରୀ ଏନ୍‌ଭି ରମଣା ଗ୍ରହଣ କରିଛନ୍ତି । ଆସନ୍ତା ସପ୍ତାହରେ ଏହି ମାମଲା ଉପରେ ଶୁଣାଣୀ ଆରମ୍ଭ ହେବା ସମ୍ଭାବନା ରହିଛି ।
ସୂଚନାଯୋଗ୍ୟ ଯେ, ଦେଶର ବିରୋଧୀ ରାଜନେତା, ସାମ୍ବାଦିକ ଏବଂ ଅନ୍ୟମାନେ ସଂଶ୍ଳୀଷ୍ଟ ବୋଲି କୁହାଯାଉଥିବା ‘ଇଜ୍ରାଏଲୀୟ ସ୍ପାଇୱେର’ ‘ପେଗସସ୍‌’ ଗୁଇନ୍ଦାଗିରିର ଘଟଣା ଏବେ ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଦାୟର ପିଟିସନ୍‌ରେ ଗୁଇନ୍ଦା ଗିରି ଅଭିଯୋଗର ସ୍ୱତନ୍ତ୍ର ତଦନ୍ତ ନିମନ୍ତେ ଜଣେ ପୂର୍ବତନ ବିଚାପତିଙ୍କ ନେତୃତ୍ୱରେ ‘ସ୍ପେସାଲ୍ ଇନ୍‌ଭେଷ୍ଟିଗେସନ୍ ଟିମ୍‌’ (ଏସ୍‌ଆଇଟି) ଗଠନ କରାଇବାକୁ ବରିଷ୍ଠ ସାମ୍ବାଦିକ ଏନ୍ ରାମ ଏବଂ ଶଶି କୁମାର ଅନୁରୋଧ କରିଛନ୍ତି । ସ୍ୱାଧୀନତା ଏବଂ କଟକଣାଯୁକ୍ତ ସ୍ୱାଧୀନତା ଉପରେ ଏହା ଗୋଟାଏ ବିରାଟ ସମସ୍ୟା ବୋଲି ଦର୍ଶାଇ ସେମାନଙ୍କ ଆବେଦନକୁ ଶୁଣାଣି ତାଲିକାଭୁକ୍ତ କରିବା ଲାଗି ଓକିଲ କପିଲ ସିବଲ୍ ଭାରତର ପ୍ରଧାନ ବିଚାରପତିଙ୍କୁ ଅନୁରୋଧ କରିଛନ୍ତି । ସେ ପ୍ରଧାନ ବିଚାରପତିଙ୍କୁ ଆହୁରି ମଧ୍ୟ କହିଛନ୍ତି ଯେ, ସାମ୍ବାଦିକ, ବିରୋଧୀ ରାଜନେତା ଏବଂ ବିଚାରପତିମାନେ ମଧ୍ୟ ଟାର୍ଗେଟ୍‌ରେ ତାଲିକାଭୁକ୍ତ ଥିବାପରି ଜଣାପଡୁଛି ।
ପ୍ରଧାନ ବିଚାରପତି ରମଣା କହିଲେ, ଆଗାମୀ ସପ୍ତାହ ପାଇଁ ଆମେ ଏହି ଆବେଦନକୁ ତାଲିକାଭୁକ୍ତ କରିବୁ, କିନ୍ତୁ କାର୍ଯ୍ୟଭାର ଉପରେ ସବୁକିଛି ନିର୍ଭର କରୁଛି ।
କେବଳ ସରକାରଙ୍କୁ ବିକ୍ରୟ କରାଯାଉଥିବା ଇଜ୍ରାଏଲୀୟ କମ୍ପାନି ‘ଏନ୍‌ଏସ୍‌ଓ’ର ପେଗସସ୍ ସ୍ପାଇୱେର ବ୍ୟବହାର କରି ଭାରତର ୧୪୨ରୁ ଅଧିକ ଲୋକଙ୍କୁ ଟାର୍ଗେଟ୍ କରାଯାଇଥିବା କଥା ଅଗ୍ରଣୀ ଗଣମାଧ୍ୟମମାନେ ରିପୋର୍ଟ କରିଛନ୍ତି । ଏହି ସର୍ଭିଲେନ୍‌ସ୍‌ରେ ସରବ୍ୟ ହୋଇଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଅଛନ୍ତି ରାହୁଲ୍ ଗାନ୍ଧୀଙ୍କ ପରି ବିରୋଧୀ ନେତା, ଦୁଇଜଣ କେନ୍ଦ୍ରମନ୍ତ୍ରୀ ଏବଂ ୪୦ଜଣ ସାମ୍ବାଦିକ ।

Leave A Reply

Your email address will not be published.

17 − 11 =