ଭୁବନେଶ୍ୱର- ଚଳିତ ବର୍ଷ ଲକଡାଉନ ସଟଡାଉନ ସତ୍ୱେ ପ୍ରକାଶ ପାଇଲା ମ୍ୟାଟି୍ରକ ରେଜଲ୍ଟ । ବୋର୍ଡ ପକ୍ଷରୁ ଭିଡିଓ ରିଲିଜ ଜରିଆରେ ପରୀକ୍ଷା ଫଳ ପ୍ରକାଶ ପାଇଛିା ଚଳିତ ବର୍ଷ ପାସ୍ ହାର ୭୮.୭୬% ରହିଛି ପୁଅଙ୍କୁ ପଛରେ ପକାଇଲେ ଝିଅ । ଝିଅଙ୍କ ପାସ୍ ହାର ୮୧.୯୮% ରହିଥିବା ବେଳ ପୁଅଙ୍କ ପାସ୍ ହାର ୭୭.୮% ରହିଛି । ବୋର୍ଡ ପକ୍ଷରୁ ମାଟ୍ରିକ ପରୀକ୍ଷା ଫଳ ୱେବସାଇଟ ଓ ଏସ୍ଏମଏସ୍ ଜରିଆରେ ଉପଲବ୍ଧ ହୋଇଛି । ଛାତ୍ରଛାତ୍ରୀ ନିଜ ରେଜଲ୍ଟ WWW.bseodisha.ac.in ପାଇପାରିବେ । ସେହିପରି in OROI< roll no>ଲେଖି ୫୬୭୬୭୫୦କୁ ଏସ୍ଏମଏସ୍ କଲେ ଜାଣି ପାରିବେ । ଚଳିତ ବର୍ଷ ୫.୬ ଲକ୍ଷ ଛାତ୍ରଛାତ୍ରୀ ପାରୀକ୍ଷା ଦେଇଥିଲେ । କୋଭିଡ କଟକଣା ମଧ୍ୟରେ ମାଟ୍ରିକ ରେଜଲ୍ଟ ପ୍ରକାଶ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଉତ୍ସାହ ଦେଖାଦେଇଛି । ଗତବର୍ଷ ରାଜ୍ୟର ୭୨ ସ୍କୁଲ ପରୀକ୍ଷା ଫଳ ଶୂନ ଥିବା ବେଳ ଚଳିତ ବର୍ଷ ଏହି ସ୍କୁଲ ସଂଖ୍ୟା ୩୧ କୁ ଖସି ଆସିଛି ବୋଲି ମନ୍ତ୍ରୀ ସମୀର ରଂଜନ ଦାସ କହିଛନ୍ତି । ଓଡିଶାର ୨ ହଜାର ୮୮୮ କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ହୋଇଥିଲା । ୧୦୦୦ ଟି କେନ୍ଦ୍ରରେ ସିସିଟିଭ ଲଗାଯାଇଥିଲା ୬୦ ଟି କେନ୍ଦ୍ରରେ ଖାତା ଦେଖା ହୋଇଥିଲା । ଏଥିପାଇଁ ୧୫ ହଜାର ଶିକ୍ଷକ ନିଯୁକ୍ତି ହୋଇଥିଲା ।