ପ୍ରକାଶ ପାଇଲା CBSE ଦଶମ ପରିକ୍ଷା ଫଳ

ନୂଆଦିଲ୍ଲୀ -ସିବିଏସଇ ଦଶମ ରେଜଲ୍ଟ ପ୍ରକାଶ ପାଇଛି । ଦୁଇଟି ୱେବ୍ ସାଇଟ୍ ରେ ଉପଲବ୍ଧ ହେଉଛି । ଗୋଟିଏ ହେଉଛି www.cbse.nic.in ଓ ଆଉ ଗୋଟେ ହେଉଛି cbseresult.nic.in ରେ । ଏହି ସବୁ ୱେବସାଇଟ୍ ରେ ଛାତ୍ରଛାତ୍ରୀ ମାନେ ଲଗ୍ଇନ୍ କରି ତାଙ୍କ ରେଜଲ୍ଟ ଦେଖିପାରିବେ । ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲଙ୍କ ସୂଚନା ଦେଇଛନ୍ତି । କିଛିଦିନ ପୂର୍ବରୁ ସିବିଏସଇ ର ଦ୍ୱାଦଶ ରେଜଲ୍ଟ ପ୍ରକାଶ ପାଇଥିଲା ଏବଂ ବୁଧବାର ସିବିଏସ୍ଇ ର ଦଶମ ଶ୍ରେଣୀ ରେଜଲ୍ଟ ପ୍ରକାଶ ପାଇଛି । ଚଳିତ ବର୍ଷ ୧୬ଲକ୍ଷ ଛାତ୍ରଛାତ୍ରୀ ପରିକ୍ଷା ଦେଇଥିଲେ । ଏ ବର୍ଷ ସର୍ବଭାରତୀୟ ସ୍ତରରେ ମୋଟ ପାସ୍ ହାର ରହିଛି ୯୧.୪୬ ପ୍ରତିଶତ । ତେବେ ଗତବର୍ଷ ଏହା ୯୧.୧୦ ପ୍ରତିଶତ ରହିଥିଲା । ଚଳିତଥର ପାସ୍ ହାର ୦.୩୬ପ୍ରତିଶତ ବୃଦ୍ଧି ପାଇଛି । ତେବେ ଥିରୁଭାନନ୍ତପୂରମ ରିଜିଅନରେ ପାସ୍ ହାର ସର୍ବାଧିକ ୯୯.୨୮ ପ୍ରତିଶତ ରହିଥିବା ବେଳେ ଭୁବନେଶ୍ୱରରେ ରିଜିଅନରେ ୯୩.୨୦ ପ୍ରତିଶତ ରହିଛି । ସେହିଭଳି ଗୁଆହାଟୀ ରିଜିଅନରେ ପାସ୍ ହାର ସର୍ବନିମ୍ନ ୭୯.୧୨ ପ୍ରତିଶତ ରହିଛି । ଚଳିତବର୍ଷ ଛାତ୍ରଙ୍କୁ ପଛରେ ପକାଇଛନ୍ତି ଛାତ୍ରୀ । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ ହାର ଅଧିକ ରହିଛି । ଛାତ୍ରଙ୍କ ପାସ୍ ହାର ୯୦.୧୪ ପ୍ରତିଶତ ଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୯୩.୩୧ ପ୍ରତିଶତ ରହିଛି । ଅନ୍ୟପଟେ ଏଥର କେନ୍ଦ୍ରୀୟ ବିଦ୍ୟାଳୟରେ ପାସ୍ ହାର ସର୍ବାଧିକ ୯୯.୨୩ ପ୍ରତିଶତ ଥିବାବେଳେ ନବୋଦୟ ବିଦ୍ୟାଳୟରେ ୯୮.୬୬ ପ୍ରତିଶତ ଏବଂ ଘରୋଇ ବିଦ୍ୟାଳୟରେ ପାସ୍ ହାର ୯୨.୮୧ ପ୍ରତିଶତ ରହିଛି ।

Leave A Reply

Your email address will not be published.

eleven + five =