ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର କରୋନା ଟିକା ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ମୋଦୀ ଦେଶବାସୀଙ୍କୁ କହିଛନ୍ତି ଯେ, ଭାରତରେ କରୋନା ଟିକା ଉପଲବ୍ଧ ହେବା ମାତ୍ରେ ଏହା ପ୍ରତ୍ୟେକ ନାଗରିକଙ୍କୁ ଯୋଗାଇ ଦିଆଯିବ। କୌଣସି ଭାରତୀୟ ଟିକା ପାଇବାରୁ ବଞ୍ଚିତ ହେବେ ନାହିଁ। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୮ ନିୟୁତ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି। ଦେଶ ତଥା ବିଦେଶରେ କରୋନା ଟିକାକୁ ନେଇ ଅନେକ ପରୀକ୍ଷା ନିରିକ୍ଷା ଚାଲିଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ବିବୃତ୍ତି ଅତି ଗୁରୁତ୍ୱପୂର୍ଣ୍ଣ। ଏକ ଇଂରାଜୀ ଖବରକାଗଜ ସହିତ ବାର୍ତ୍ତାଳାପରେ ପ୍ରଧାନମନ୍ତ୍ରୀ କରୋନା ଟିକା ଉପରେ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘ମୁଁ ଦେଶବାସୀକୁ କହିବାକୁ ଚାହୁଁଛି ଯେ, ଦେଶରେ ଟିକା ଉପଲବ୍ଧ ହେବା ମାତ୍ରେ ସମସ୍ତଙ୍କୁ ଏହି ଟିକା ଦିଆଯିବ। କାହାକୁ ବି ଛଡା ଯିବାନାହିଁ ।

Leave A Reply

Your email address will not be published.

18 − 9 =