ପ୍ରଶିକ୍ଷଣପ୍ରାପ୍ତ ଶିକ୍ଷାର୍ଥୀଙ୍କ ପାଇଁ ରେଳବାଇରେ ୨୦% ପଦବୀ ସଂରକ୍ଷିତ

ରେଳବାଇରେ ଚାଲିଥିବା ଲେବଲ-୧ ନିଯୁକ୍ତି ପ୍ରକ୍ରିୟାରେ ୨୦ ପ୍ରତିଶତ ପଦବୀ ଆପ୍ରେଣ୍ଟିସ ବା ଶିକ୍ଷାର୍ଥୀମାନଙ୍କ ପାଇଁ ସଂରକ୍ଷିତ ରହିଥିବା ରେଳ ମନ୍ତ୍ରାଳୟ କହିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ଏକ ଲକ୍ଷରୁ ଅଧିକ ପଦବୀ ପାଇଁ ଆପ୍ରେଣ୍ଟିସ ଅଧିନିୟମ ୨୦୧୬ ଅନୁଯାୟୀ ଶିକ୍ଷାର୍ଥୀମାନଙ୍କୁ ୨୦ ପ୍ରତିଶତ ପଦବୀରେ ନିଯୁକ୍ତି ଦିଆଯିବ। ରେଳ ପ୍ରତିଷ୍ଠାନରେ ତାଲିମପ୍ରାପ୍ତ ଶିକ୍ଷାର୍ଥୀମାନେ ନିୟମିତ ନିଯୁକ୍ତି ଦାବି କରୁଥିବା ଜଣାପଡିବା ପରେ ରେଳ ମନ୍ତ୍ରାଳୟ ପକ୍ଷରୁ ଏହା କୁହାଯାଇଛି। ପୂର୍ବରୁ ରେଳବାଇ ଜିଏମଙ୍କ ଉପରେ ପ୍ରଶିକ୍ଷଣପ୍ରାପ୍ତ ଶିକ୍ଷାର୍ଥୀମାନଙ୍କୁ ନିୟମିତ କର୍ମଚାରୀ ଭାବେ ନିଯୁକ୍ତି ଦେବା କ୍ଷମତା ନ୍ୟସ୍ତ ଥିବା ବେଳେ ୨୦୧୭ ମାର୍ଚ୍ଚରୁ ଏହି ବ୍ୟବସ୍ଥା ରଦ୍ଦ ହୋଇଥିଲେ ମଧ୍ୟ ପୂର୍ବ କ୍ଷମତାକୁ କାଏମ ରଖି ଶିକ୍ଷାର୍ଥୀମାନେ ନିୟମିତ ନିଯୁକ୍ତି ପାଇଁ ଦାବି କରିଛନ୍ତି। ମନ୍ତ୍ରଣାଳୟ କହିଛି ଯେ ସମସ୍ତ ଯୋଗ୍ୟ ନାଗରିକ ନିୟମିତ ଚାକିରି ପାଇଁ ପ୍ରତିଦ୍ୱନ୍ଦ୍ୱିତା ଏବଂ ଆବେଦନ କରିବାର ଅଧିକାର ପାଇଥିବାରୁ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ବ୍ୟତୀତ ନିୟମିତ ନିଯୁକ୍ତି ସାମ୍ବିଧାନିକ ବ୍ୟବସ୍ଥା ଏବଂ ସରକାରୀ ନିୟମ ବିରୁଦ୍ଧ ଅଟେ।

Leave A Reply

Your email address will not be published.

seven + 12 =