ଫାଇଜର ଟିକା ନେଇ ଇସ୍ରାଏଲରେ ୧୨ ହଜାର ଲୋକ କରୋନା ସଂକ୍ରମିତ

ଜେରୁଜେଲମ: ପ୍ରଥମେ ଫାଇଜର ଟିକା ନେଇଥିବା ୟୁରୋପୀୟ ରାଷ୍ଟ୍ର ନରୱେର ୨୩ ବରିଷ୍ଠ ନାଗରିକଙ୍କର ମୃତ୍ୟୁ ଘଟିଥିବା ବେଳେ ଏବେ ଇସ୍ରାଏଲରେ ଏକ ବଡ ଘଟଣା ସମ୍ନାକୁ ଆସିଛି ।ଟିକା ନେବା ପରେ ୧୨୪୦୦ରୁ ଅଧିକ ବ୍ୟକ୍ତି କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୬୯ ଜଣ ଦ୍ୱିତୀୟ ଥର ଟିକା ନେଇଥିବା ସୂଚନା ରହିଛି । ସୂଚନା ଅନୁଯାୟୀ, ଆମେରିକା ଓ ଜର୍ମାନ ଦ୍ୱାରା ତିଆରି ହୋଇଥିବା ଫାଇଜର-ବାୟୋନଟେକ୍ ଟିକା ନେବା ପାଇଁ ଇସ୍ରାଏଲ ସରକାର ଚୁକ୍ତି କରିଛନ୍ତି । ଏବେ କିନ୍ତୁ ଏହି ଟିକା ଦୁର୍ବଳ ବୋଲି ଇସ୍ରାଏଲର ନ୍ୟାଶନାଲ କୋର୍ଡିନେଟର ନଚମନ ଆଶ କହିଛନ୍ତି । କରୋନା ସଂକ୍ରମଣକୁ ରୋକିବା ପାଇଁ ଡିସେମ୍ବର ୧୯ରୁ ଇସ୍ରାଏଲରେ ଟିକାକରଣ ଆରମ୍ଭ ହୋଇଛି । ଏଯାବତ ୩.୫ ପ୍ରତିଶତ ସମ୍ପୂର୍ଣ୍ଣ କରୋନା ଟିକା (ଦୁଇଟି ଡୋଜ) ନେଇଥିବା ସୂଚନା ରହିଛି । କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ଦେଖି ଇସ୍ରାଏଲ ତୃତୀୟ ଥର ପାଇଁ ଲକଡାଉନ ରହିଛି । ପାଖାପାଖି ଲକ୍ଷ ଲୋକ ସଂକ୍ରମିତ ହୋଇଥିବା ବେଳେ ୪,୦୦୫ ଜଣ ମୃତ୍ୟୁ ବରଣ କରିଥିବା ଇସ୍ରାଏଲ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି ସୂଚନା ଦେଇଛି ।

Leave A Reply

Your email address will not be published.

ten + 11 =