ଫିଟ ଇଣ୍ଡିଆ ମୁଭମେଂଟର ପ୍ରଥମ ବାର୍ଷିକୀ ଅବସରରେ ମୋଦୀଙ୍କ ବାର୍ତା


ନୂଆଦିଲ୍ଲୀ- ଆସନ୍ତା ୨୪ ତାରିଖରେ ହେବାକୁ ଥିବା ଫିଟ ଇଣ୍ଡିଆ ମୁଭମେଂଟର ପ୍ରଥମ ବାର୍ଷିକୀ ଅବସରରେ ଦେଶବାସୀଙ୍କୁ ଅନଲାଇନ ଫିଟ ଇଣ୍ଡିଆ ବାର୍ତା ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି ଓ ଅଭିନେତା ମିଲିନ୍ଦ ସୋମନ । ଯେଉଁମାନେ ନିଜ ନିଜ ଫିଟନେସ ଦ୍ୱାରା ଲୋକଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ସେହିମାନଙ୍କ ସହ ମୋଦି କଥା ହେବେ । ଅନଲାଇନ ଆଲୋଚନାରେ ସାମିଲ ହୋଇଥିବା ଲୋକେ ଫିଟନେସ ଏବଂ ଉତମ ସ୍ୱାସ୍ଥ୍ୟ ସମ୍ବନ୍ଧରେ ନିଜ ନିଜ ମତ ସାବ୍ୟସ୍ତ କରିବେ । ଦେଶର ଲୋକଙ୍କୁ ଫଟ କରିବା ପାଇଁ ଫିଟ ଇଣ୍ଡିଆ ମୁଭମେଂଠର ପରିକଳ୍ପନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୁଷ୍ଟିକର ଖାଦ୍ୟ, ସ୍ୱାସ୍ଥ୍ୟ ଏବଂ ଫିଟନେସ ଉପରେ ଆଲୋଚନା କରାଯିବ ।

Leave A Reply

Your email address will not be published.

three × one =