ଭୁବନେଶ୍ୱର- ରାଜ୍ୟରେ ସକ୍ରିୟ ହେଉଛି ଲଘୁଚାପ । ଏହାର ପ୍ରଭାବରେ କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୨୩ରୁ ୨୫ ତାରିଖ ୩ ଦିନ ଧରି ଦକ୍ଷିଣ-ଓଡିଶା ଏବଂ ଦକ୍ଷିଣ-ଉପକୂଳ ଅଂଚଳରେ ବର୍ଷା ପରିମାଣ ବୃଦ୍ଧି ହେବାର ସମ୍ଭାବନା ରହିଛି ବୋଲି ଆଂଚଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଲଗାଣ ବର୍ଷା ଯୋଗୁଁ ରାଜ୍ୟର ଅଧିକାଂଶ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଯାହାଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।