ବଢିଲା ସଂକ୍ରମଣ : ମହାରାଷ୍ଟ୍ରରେ ରାତି୍ର କର୍ଫ୍ୟୁ

ନୂଆଦିଲ୍ଲୀ: ଦେଶର ୫ଟି ରାଜ୍ୟ ତଥା କେରଳ, ମହାରାଷ୍ଟ୍ର, ପଞ୍ଜାବ, ଛତିଶଗଡ ଏବଂ ମଧ୍ୟପ୍ରଦେଶରେ କରୋନା ଭୂତାଣୁ ସଂକ୍ରମଣ ଏବେ ବଢିବାରେ ଲାଗିଛି । ଗତ ୨୪ ଘଂଟା ମଧ୍ୟରେ ୧୪ ହଜାର ୨୬୪ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ଦିନକରେ ୬୧୧୨ଜଣ ସଂକ୍ରମିତ ହୋଇଥିଲା ବେଳେ ପଞ୍ଜାବରେ ୩୮୩, ମଧ୍ୟପ୍ରଦେଶରେ ୨୮୭, କେରଳରେ ୨୫୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ଦେଶରେ ମୋଟ୍ ସଂକ୍ରମଣ ୧କୋଟି ୯ଲକ୍ଷ ୯୧ ହଜାର ୬୫୨ରେ ପହଞ୍ଚିଛି । କେବଳ ମହାରାଷ୍ଟ୍ର ଓ କେରଳରେ ସଂକ୍ରମଣ ଦେଶରେ ମୋଟ୍ ସଂକ୍ରମଣର ୭୪% ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣା ପକ୍ଷରୁ କୁହାଯାଇଛି । ସେହିପରି ୧୧ହଜାର ୬୬୭ ଜଣ ସଂକ୍ରମିତ ସୁସ୍ଥ ହେବା ପରେ ମୋଟ୍ କରୋନା ଜନିତ ଆରୋଗ୍ୟ ସଂଖ୍ୟା ୧କୋଟି ୬ଲକ୍ଷ ୮୯ ହଜାର ୭୨୫କୁ ବୃଦ୍ଧି ପାଇଥିବା ବେଳେ ଆରୋଗ୍ୟ ହାର ପୂର୍ବାବେକ୍ଷା ହ୍ରାସ ପାଇଁ ୯୭.୨୭% ରହିଛି ।
ଗତ ୨୪ ଘଂଟା ମଧ୍ୟରେ ସକ୍ରିୟ ଚିିକିତ୍ସାଧିନଙ୍କ ସଂଖ୍ୟାରେ ୨୫୦୭ ବୃଦ୍ଧି ପାଇଁ ଏବେ ଏହି ସଂଖ୍ୟା ୧,୪୫, ୬୩୪ରେ ରହିଛି । ଅନ୍ୟ ପକ୍ଷରେ ସେହି ସମୟ ମଧ୍ୟରେ ୯୦ ଜଣ ସଂକ୍ରମିତଙ୍କ ମୃତ୍ୟୁ ହେବା ଫଳରେ ଆଜି ସୁଦ୍ଧା ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୫୬,୩୦୨କୁ ବୃଦ୍ଧି ପାଇଛି ।
ଅନ୍ୟପକ୍ଷରେ ଗତକାଲି ଗୋଟିଏ ଦିନରେ ୬ଲକ୍ଷ ୭୦ ହଜାର ୫୦ଟି କରୋନା ନମୁନା ପରୀକ୍ଷା ହୋଇଥିବା ବେଳେ ଏଯାବତ୍ ୨୧ କୋଟି ୯ଲକ୍ଷ ୩୧ ହଜାର ୫୩୦ଟି ନମୁନା ପରୀକ୍ଷା ହୋଇଥିବା ଆଇସିଏମ୍ଆର ସୂଚନା ଦେଇଛି ।
ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରରେ ଅମରାବତି ଓ ଜାମନ୍ତରାରେ ପୁର୍ନବାର ଲକ୍ଡାଉନ୍ ଜାରୀ କରାଯାଇଛି । ସେହିପରି ପୁନେ ସହରରେ ଆସନ୍ତାକାଲି ଠାରୁ ରାତ୍ରିକାଳିନ କଫ୍ୟୁ ବଳବତର ରହିବ । ରାତି ୧୧ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଏହି ରାତ୍ରିକାଳିନ କଫ୍ୟୁ କଟକଣା ବଳବତର ରହିବ । ଏହି ସମୟ ମଧ୍ୟରେ କେବଳ ଅତ୍ୟାବଶ୍ୟକିୟ ସେବା ବ୍ୟତୀତ ଅନ୍ୟ ସମସ୍ତ ନିଷିଧ କରାଯାଇଥିବା କୁହାଯାଇଛି । ବିଏମସି ପକ୍ଷରୁ ୧୩୦୫ଟି ବିଲ୍ଡିଂ ସିଲ୍ କରାଯାଇଛି । ସେହିପରି ଅନେକ ରେସ୍ତୋରାଁଟରେ ଚଢାଉ ମଧ୍ୟ ହୋଇଛି । ଶନିବାର ବାନ୍ଦ୍ରା ସ୍ଥିତି ତିନିଟି ରେସ୍ତୋରାଁ ଏବଂ ଗୋଟିଏ କ୍ଲବରେ ବିଏମସି ଚଢାଉ କରିଛି । ଏହି ସବୁ ସ୍ଥାନରେ ଲୋକେ ମାସ୍କ ଏବଂ କୋଭିଡ୍ ନିୟମ ଉଲ୍ଲଘଂନ କରିଥିବା ଅଭିଯୋଗରେ ମୋଟା ଅଙ୍କର ଚାଲାଣ କାଟିଛି । ସେହିପରି ବିଲ୍ଡିଂ ଗୁଡିକ ପାଇଁ ମୁମ୍ବାଇ ମହାନଗର ନିଗମ ଗାଇଡଲାଇନ୍ ଜାରି କରିଛି । କୌଣସି ବିଲ୍ଡିଂରେ ୫ କିମ୍ବା ଏହାଠାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଲେ ସମ୍ପୂର୍ଣ୍ଣ ବିଲ୍ଡିଂ ସିଲ୍ କରାଯିବ ବୋଲି କୁହାଯାଇଛି । ସୂଚନାଯୋଗ୍ୟ ଯେ, ମୁମ୍ବାଇ ସମେତ ପୁରା ମହାରାଷ୍ଟ୍ରରେ ବଢୁଥିବା କରୋନାର ନୂଆ ମାମଲାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ସଜାଗ ହୋଇପଡିଛନ୍ତି । ରାଜ୍ୟବାସୀଙ୍କୁ ବିନା ମାସ୍କରେ ଘରୁ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଉଛି । ସେପଟେ ଶନିବାର ଦେଶରେ କରୋନା ଟିକାକରଣ ଅଭିଯାନ ୩୬ ଦିନରେ ପହଞ୍ଚିଥିବା ବେଳେ ମୋଟ୍ ୧ କୋଟି ୮ଲକ୍ଷ ୩୮ହଜାର ୩୨୩ ଲୋକଙ୍କୁ କରୋନା ପ୍ରତିଷେଧକ ଟିକା ଦିଆଯାଇଛି । ସେମାନଙ୍କ ମଧ୍ୟରେ ୭୨,୬୬,୬୫୩ ଜଣ ସ୍ୱାସ୍ଥ୍ୟକର୍ମୀ ଅଛନ୍ତି । ୩୬,୧୧,୬୭୦ ଜଣ ପ୍ରାଂଟଲାଇନ୍ ୱର୍କର ଅଛନ୍ତି ।

Leave A Reply

Your email address will not be published.

3 × five =