ବଢିଲା ସ୍କୁଲ ନାମ ଲେଖା ଅବଧି

ଭୁବନେଶ୍ୱର- କରୋନା ପାଇଁ ରାଜ୍ୟ ସରକାର ସ୍କୁଲ ନାମ ଲେଖା ଅବଧିକୁ ବୃଦ୍ଧି କରିଛନ୍ତି । ମହାମାରୀ ପାଇଁ ଅଡ଼ମିଶନ ତାରିଖକୁ ଅଗଷ୍ଟ ୧୪ ଯାଏ ଘୁଂଚା ଯାଇଛି । ତେବେ ବର୍ତମାନ ସ୍ଥିତିକୁ ଦେଖି ନାମ ଲେଖାରୁ ଯେପରି ଛାତ୍ର ଛାତ୍ରୀମାନେ ବାଦ୍ ନ ପଡନ୍ତୁ ସେଥିଲାଗି ଗଣଶିକ୍ଷା ବିଭାଗ ପକ୍ଷରୁ ନାମ ଲେଖା ଅବଧିକୁ ଅଗଷ୍ଟ ୧୪ ଯାଏ ବଢାଯାଇଛି । ସୂଚନା ଅନୁସାରେ, ପୂର୍ବରୁ ଜୁନ୍୮ ରୁ ନାମ ଲେଖା ଆରମ୍ଭ କରି ଜୁଲାଇ ୧୫ ଭିତରେ ସାରିବାକୁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ ଓ ପ୍ରଧାନ ଶିକ୍ଷକଙ୍କୁ ନିର୍ଦେଶ ଦିଆଯାଇଛି ।

Leave A Reply

Your email address will not be published.

5 × four =