ବଦଳିଲା ଡ୍ରାଇଭିଂ ଲାଇସେନ୍ସର ନିୟମ

ନୂଆଦିଲ୍ଲୀ: ବଦଳିଲା ଲର୍ଣ୍ଣର ଓ ଡ୍ରାଇଭିଂ ଲାଇସେନ୍ସ ନିୟମ। ସଡକ ପରିବହନ ସହ ଜଡିତ କିଛି ନିୟମରେ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର। ଡ୍ରାଇଭିଂ ଲାଇସେନ୍ସ ରିନ୍ୟୁଆଲ ଏବଂ ଆବେଦନକୁ ନେଇ କିଛିଟା ନୂଆ ନିୟମ ଲାଗୁ କରାଯାଇଛି। ନୂଆ ବର୍ଷରେ ନୂଆ ନିୟମ ସହ ଡ୍ରାଇଭଂ ଲାଇସେନ୍ସ ଆବେଦନ ଆହୁରି ସହଜ ହୋଇପଡିଛି। ଡ୍ରାଇଭିଂ ଲାଇସେନ୍ସ, ଲର୍ଣ୍ଣିଂ ଏବଂ ରିନ୍ୟୁଆଲ ପାଇଁ ଆଉ ଆବେଦନକାରୀଙ୍କୁ ଆରଟିଓ ଅଫିସ ଯିବାକୁ ପଡିବ ନାହିଁ। ଘରେ ବସି କେବଳ ଅନଲାଇନରେ ଆବେଦନକାରୀ ନିଜର ସମସ୍ତ ଗାଡି ସମ୍ବନ୍ଧୀୟ ଜରୁରୀ କାଗଜପତ୍ର ପାଇପାରିବେ। ସେହିପରି ଦେଶର ପ୍ରାୟ ସବୁ ରାଜ୍ୟରେ ପରିବହନ ବିଭଗ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଫି’ ଜମା କରିବା ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ନୂଆ ନିୟମ ଅନୁଯାୟୀ ସ୍ଲଟ ବୁକ୍ ହେବା କ୍ଷଣି ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଫି’ ଜମା କରିବାକୁ ପଡୁଛି। ଟଙ୍କା ଜମା କରିବା ପରେ ଡ୍ରାଇଭିଂ ଟେଷ୍ଟ ପାଇଁ ଗାଡି ଚାଲକଙ୍କ ସୁବିଧା ମୁତାବକ ତାରିଖ ଉପଲବ୍ଧ ହୋଇପାରୁଛି।

Leave A Reply

Your email address will not be published.

five − 3 =