ବନ୍ୟାରେ ପ୍ରଭାବିତ ୧୦ ଜିଲ୍ଲାର ୫୪ ବ୍ଳକ


ଭୁବନେଶ୍ୱର- ରାଜ୍ୟରେ ଲାଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ଦେଖିଦେଇଛି । ବିଶେଷ କରି ମହାନଦୀର ଜଳସ୍ତର ଚିନ୍ତାର କାରଣ ପାଲଟିଛି । ରାଜ୍ୟର ୧୦ଟି ଜିଲ୍ଲାର ୫୪ଟି ବ୍ଳକ ୧୨୭୬ଟି ଗ୍ରାମ ପ୍ରଭାବିତ ହୋଇଛି । ଏହି ୧୦ଟି ଜିଲ୍ଲା ଗୁଡିକ ହେଲା କଟକ, ଜଚତସିଂହପୁର, ପୁରୀ, ସମ୍ବଲପୁର, ବୌଦ୍ଧ, ଅନୁଗୁଳ,ଢେଙ୍କାନାଳ, ବାଲେଶ୍ୱର, ବଲାଙ୍ଗିର ଓ ଯାଜପୁର । ୪୧୫୮୧୭ ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ ୨୭୫୭ଟି ଘର ଭାଙ୍ଗିଯାଇଛି ।ପ୍ରାୟ ୫୫୨ଟି ଗ୍ରାମର ୩୮୩୦୪୬ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି । ଛତିଶଗଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଛି । ବର୍ତମାନ ହୀରାକୁଦର ୪୬ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ହୀରାକୁଦରେ ଗେଟ ଖୋଲିବା ଯୋଗୁଁ ମହାନଦୀରେ ବନ୍ୟା ସ୍ଥିତି ଦେଖା ଦେଇଛି ।

Leave A Reply

Your email address will not be published.

10 + six =