ବନ୍ୟା ସ୍ଥିତିକୁ ନେଇ ରାଜସ୍ୱ ମନ୍ତ୍ରୀଙ୍କ ସୂଚନା


ଭୁବନେଶ୍ୱର- ରାଜ୍ୟର ଲଘୁଚାପ ଜନିତ ଳଗାଣ ବର୍ଷା ଯୋଗୁଁ ବିିଭନ୍ନ ଜିଲ୍ଲାରେ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି । ବନ୍ୟା ସ୍ଥିତିକୁ ନେଇ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି ରାଜ୍ୟରେ ୫୫.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ବୈତରଣୀ ଓ ବ୍ରାହ୍ମଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଭଦ୍ରକ, କେନ୍ଦୁଝର, ଯାଜପୁର, ମାଲକାନାଗିରି ବନ୍ୟା ହୋଇଛି । ସେହିପରି ବାଲେଶ୍ୱର, ମୟୂରଭଞ୍ଜ, ଜଗତସିଂହପୁର, କେନ୍ଦ୍ରାପଡା ତଳିଆ ଅଂଚଳ ଜଳମଗ୍ନ ହୋଇଛି । ବନ୍ୟା କାରଣରୁ ମୟୂରଭଞ୍ଜରୁ ୨ ଓ କେନ୍ଦୁଝରରେ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ବନ୍ୟା ଆଶଙ୍କା ନେଇ ଏସଆରସି କହିଛନ୍ତି, ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖାରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଛି । ସମ୍ଭାବ୍ୟ ବନ୍ୟା ନେଇ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି ।

Leave A Reply

Your email address will not be published.

four × three =