ବର୍ଷା ବିତ୍ପାତ : ମହାରାଷ୍ଟ୍ରରେ ୨୭ ମୃତ , କର୍ଣ୍ଣାଟକ ସ୍ଥିତି ଗମ୍ଭୀର

ମୁମ୍ବାଇ: ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ପରେ ଏବେ ମହାରାଷ୍ଟ୍ରରେ ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି । ଦୁଇ ଦିନ ହେଲା ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଯୋଗୁ ୨୭ଜଣଙ୍କ ଜୀବନ ଗଲାଣି । ବ୍ୟାପକ ଅଂଚଳ ଜଳମଗ୍ନ ହୋଇ ରହିଥିବା ବେଳେ ଲକ୍ଷାଧିକ ଲୋକ ପାଣି ଘେରରେ ରହିଛନ୍ତି । ବିଶେଷ କରି ପୁଣେ, ସୋଲାପୁର, ସିଙ୍ଗଲି , ସତାରା ଓ କୋହ୍ଲାପୁରରେ ଦୁଇ ଦିନ ହେଲା ଲାଗି ରହିଥିବା ବର୍ଷା ସାଧାରଣ ଜନଜୀବନକୁ ଗଭୀର ଭାବେ ପ୍ରଭାବିତ କରିଛି । ଅଧିକାରୀଙ୍କ କହିବା ଅନୁସାରେ ବର୍ତମାନ ଶୁଦ୍ଧା ବର୍ଷା ଜନିତ ଅଘଟଣରେ ପୁଣେ, ସୋଲାପୁର ଓ ସିଙ୍ଗଲିରେ ୨୭ଜଣଙ୍କ ଜୀବନ ଯାଇଛି । ଏହି ୩ଟି ଜିଲ୍ଲାର ତଳିଆ ଅଂଚଳରେ ରହୁ୍୍ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ମୁମ୍ବାଇ ସହରରେ ମଧ୍ୟ ଲଗାଣ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ଆଣଣ୍ଠୁଏ ଉଚ୍ଚର ପାଣି ଚାଲୁଛି । ସୋଲାପୁରରେ ବନ୍ୟା ସ୍ଥିତି ଗମ୍ଭୀର ହେଉଥିବାରୁ ବର୍ତମାନ ସୁଦ୍ଧା ୧୭ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି । କେବଳ ପାନ୍ଧରପୁର ତହସିଲଦାର ୪୬ଟି ଗାଁରୁ ୧୦ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଏଠାରେ ୧୪ଜଣଙ୍କର ମୃତୁ୍ୟ ଘଟିଥିବା ଜଣାପଡିଛି ।ଆହୁରି ୨ଦିନ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାରୁ ଲୋକଙ୍କ ଚିନ୍ତା ବଢ଼ିଛି । ଅନ୍ୟପକ୍ଷରେ ଲଗାଣ ବର୍ଷା ଯୋଗୁ କର୍ଣ୍ଣାଟକ ସ୍ଥିତି ମଧ୍ୟ ସଂଗୀନ ହୋଇଛି । ରାଜ୍ୟର ନିର୍ଦନ ପାର୍ଟିର ଏକାଧିକ ଅଂଚଳରେ ବନ୍ୟାଜଳ ପ୍ରବେଶ କରିବାରେ ଲାଗିଛି । ସେଥିସହ ଏକାଧିକ ଡ୍ୟାମରୁ ଜଳ ନିଷ୍କାସିତ ହେଉଥିବାରୁ କର୍ଣ୍ଣାଟକ ବାସୀଙ୍କ ଚିନ୍ତା ବଢ଼ିଯାଇଛି । କାଲୁବର୍ଗି ଜିଲ୍ଲା ଅଫଜଲପୁରରେ ଥିବା ସୋନା ବ୍ୟାରେଜରୁ ଭୀମା ନଦୀକୁ ୫,୧୧,୦୦୦ କୁ୍ୟସେକ ଜଳ ଛଡା ଯାଉଥିବାରୁ ବନ୍ୟା ପରିସ୍ଥିତି ଆହୁରି ଭୟଙ୍କର ହେବ ବୋଲି ଆଶଙ୍କା କରାଯାଉଛି । ତେବେ ଦେଖିବାକୁୁ ଗଲେ ବର୍ତମାନ ସୁଦ୍ଧା ୟାଦଗିରି, ରାଇଚୁର, ବଲ୍ଳାରୀ,ବିଦାର, ବିଜୟାପୁର, ବାଗାଲକୋଟ, ବେଲାଗାଭି, ଦକ୍ଷିର କନ୍ନଡ, ଉଡୁପି, ଉତର କନ୍ନଡ, ଗାଡଗ କୋପାଲ, ହାଭେରି ଓ ଧରୱାଡ ବନ୍ୟା ଯୋଗୁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ବନ୍ୟାରେ ୫୧୫ଟି ପଶୁଜନ୍ତୁ ପ୍ରାଣ ହରାଇଥିବା ବେଳେ ୪,୭୮୨ ଜଣ ଲୋକଙ୍କୁ ୩୬ଟି ରିଲିଫ୍ କ୍ୟାମ୍ପକୁ ପଠାଯାଇଛି ।

Leave A Reply

Your email address will not be published.

eight − 1 =