ଥିରୁଅନନ୍ତପୁରମ- କରୋନା ସଂକ୍ରମଣ ଚେନକୁ ରୋକିବା ପାଇଁ କଡା ନିଷ୍ପତି ନେଇଛନ୍ତି କେରଳ ସରକାର । ଆଗାମୀ ବର୍ଷେ ଯାଏ କରୋନା ନିୟମ ମାନିବାକୁ ରାଜ୍ୟବାସୀଙ୍କୁ ନିର୍ଦେଶ ଦେଇଛନ୍ତି ସରକାର । ରବିବାର କେରଳ ସରକାର ଏହି ଘୋଷଣା କରିଛନ୍ତି । ତେବେ କରୋନା ରୋକିବା ପାଇଁ ଏଯାଏଁ କିଛି ଟିକା ବାହାରି ନାହିଁ । ଅନ୍ୟପଟେ ରାଜ୍ୟରେ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାକୁ ଦେଖି କେରଳ ସରକାର ଜୁଲାଇ ୨୦୨୧ ଯାଏ କରୋନା ନିୟମ ଅବଧି ବଢାଇଛନ୍ତି । ସରକାର ଏଥିପାଇଁ ଆଇନ ଆଣିଛନ୍ତି ଯାହାର ନାମ ରହିଛି, କେରଳ ଏପିଡେମିକ ଡିଜିଜ କରୋନା ଭାଇରସ ଡିଜିଜ(କୋଭଡ-୧୯) ଆସିସନାଲ ରେଗୁଲେସନ ୨୦୨୦ । ଏହି ଆଇନ ଲାଗୁ ହେବା ପରେ ରାଜ୍ୟବାସୀ ସାମାଜିିକ ଦୂରତା , ମାସ୍କ ବ୍ୟବହାର , ସୀମିତ ଲୋକଙ୍କ ମଧ୍ୟରେ ବିବାହା, ଅନ୍ତିମ ସଂସ୍କାର, ଦୋକାନରେ ଜିନିଷ କିଣିବା ବେଳେ ଏବେ ସବୁ ଜାରି ହୋଇଥିବା ନିୟମ ମାନିବେ । ସେହିପରି କେରଳକୁ ଆସିବା ପୂର୍ବରୁ ବିଦେଶୀ ଏବଂ ଅନ୍ୟ ରାଜ୍ୟ ଲୋକମାନେ କୋଭିଡ-୧୯ ଜଗର୍ଥ ଇ ପ୍ଲାଟଫର୍ମରେ ରେଜିଷ୍ଟ୍ରେସନ କରିବେ । ଏହି ସମୟରେ ରାଜ୍ୟ ସରକାରଙ୍କ ନିୟମ ମାନିବାକୁ ପଡିବ ବୋଲି ଉଲ୍ଲେଖ ରହିଛି । ସେହିପରି କେରଳରୁ ଅନ୍ୟ ରାଜ୍ୟକୁ ପରିବହନ ବ୍ୟାହତ ରହିବ ।