ବଲାଙ୍ଗିରରେ କଟକଣା ଲାଗୁ କଲା ବଜାର କମିଟି


ବଲାଙ୍ଗିର- ବଲାଙ୍ଗିର ଜିଲ୍ଲାରେ କରୋନା ସ୍ଥିତ ଦିନକୁ ଦିନ ଅଣାୟତ ହେବାରେ ଲାଗିଛି । କିନ୍ତୁ ଏପଟେ କେନ୍ଦ୍ର ସରକାରଙ୍କ ଅନୁମତି ବିନା ଶଟଡାଉନ କି ଲକଡାଉନ କରିହେବ ନାହିଁ ବୋଲି ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିଦେଇଛନ୍ତି । ତେଣୁ ଏଭଳି ପରିସ୍ଥିତିରେ କରୋନା ସଂକ୍ରମଣ ଉପରେ ରୋକ ଲଗାଇବା ପାଇଁ ବଲାଙ୍ଗିର ସହରର ବିଭିନ୍ନ ସଂଗଠନର କର୍ମକତା କରୋନା ନିୟନ୍ତ୍ରଣ କମିଟି ଗଠନ କରି ସହରକୁ ୭ ଦିନିଆ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି । ଏହି କଟକଣା ଆଜିଠାରୁ ଲାଗୁ କରାଯିବ । ଏହି ସମୟରେ ଲୋକଙ୍କ ଯାଆସ ଉପରେ କଟକଣା ଲଗାଯାଇ ନାହିଁ । ସମସ୍ତ ଅତ୍ୟାବଶ୍ୟକ ସମାଗ୍ରୀକୁ ବାଦ ନେଇ ଅନ୍ୟ ଦୋକାନ ବଜାର ବନ୍ଦ ପାଇଁ କିମିଟି ଅନୁରୋଧ କରିଛି ।

Leave A Reply

Your email address will not be published.

4 × three =