ବଲିଉଡ଼ ଅଭିନେତା ସନ୍ଦୀପ ନାହରଙ୍କ ମୃତଦେହ ଉଦ୍ଧାର

ମୁମ୍ବଇ: ‘ଏମ୍‍ଏସ୍‍ ଧୋନୀ- ଦି ଅନ୍‍ଟୋଲ୍ଡ ଷ୍ଟୋରୀ’ ଏବଂ ‘କେସରୀ’ ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିବା ବଲିଉଡ଼ ଅଭିନେତା ସନ୍ଦୀପ ନାହରଙ୍କ ମୃତ୍ୟୁ ଘଟିଛି। ମୁମ୍ବଇର ଗୋରେଗାଓଁ ସ୍ଥିତ ତାଙ୍କ ବାସଭବନରୁ ସୋମବାର ସନ୍ଦୀପଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହା ଆତ୍ମହତ୍ୟା କି ନୁହେଁ ସେନେଇ ପୁଲିସ ତଦନ୍ତ ଚଳାଇଛି।

ଅପରପକ୍ଷରେ, ମୃତ୍ୟୁ ପୂର୍ବରୁ ସନ୍ଦୀପ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଏବଂ ସୁଇସାଇଡ଼୍‍ ନୋଟ୍‍ ପୋଷ୍ଟ କରିଥିଲେ। ଭିଡିଓ ଅନୁସାରେ, ସେ ନିଜ ପାରିବାରିକ କହଳକୁ ନେଇ ଖୁବ୍‍ ଚିନ୍ତିତ ଓ ବିବ୍ରତ ଥିଲେ। ନିଜ ପତ୍ନୀ ଓ ଶାଶୁଙ୍କ ବ୍ୟବହାର ଓ କାର୍ଯ୍ୟକଳାପ ତାଙ୍କୁ ବହୁତ କଷ୍ଟ ଦେଇଛି। ଦୈନନ୍ଦିନର ଏହି ସମସ୍ୟାକୁ ସହ୍ୟ କରିବା ମୋ ପାଇଁ ଆଉ ସମ୍ଭବ ନୁହେଁ ବୋଲି ସେ ପୋଷ୍ଟ କରିଥିବା ସୁଇସାଇଡ଼୍‍ ନୋଟରେ ଉଲ୍ଲେଖ ରହିଛି।

୩୦ ବର୍ଷୀୟ ସନ୍ଦୀପଙ୍କୁ ତାଙ୍କ ପତ୍ନୀ କାଞ୍ଚନ ଏବଂ ସାଙ୍ଗମାନେ ଗୋରେଗାଓଁସ୍ଥିତ ଫ୍ଲାଟରେ ଚେତାଶୂନ୍ୟ ଅବସ୍ଥାରେ ପାଇଥିଲେ। ପରେ ତାଙ୍କୁ ଏସଭିଆର୍ ହସ୍ପିଟାଲକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Leave A Reply

Your email address will not be published.

15 − seven =