ବାତ୍ୟା ପ୍ରଭାବିତ ଲୋକଙ୍କ ସାହସ, ଧୈର୍ଯ୍ୟକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ଆଜି ‘ମନ୍‌କି ବତ୍‌’ର ୭୭ମ ସଂସ୍କରଣରେ ସାମୁଦ୍ରିକ ବାତ୍ୟା ‘ତୌତେ’ ଓ ‘ୟାସ୍‌’ ସମୟର ଉଦ୍ଧାର ଅଭିଯାନରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତିବିଶେଷଙ୍କୁ ଅଭିବାଦନ ଜଣାଇ ପ୍ରଧାନମନ୍ତ୍ରୀ କହିଲେ, କୋଭିଡ-୧୯ ବିପର୍ଯ୍ୟୟ ସମୟରେ ପୂର୍ବ ଉପକୂଳରେ ବାତ୍ୟା ପ୍ରଭାବିତ ରାଜ୍ୟର ଲୋକେ ଆସାମାନ୍ୟ ସାହସ, ଧୈର୍ଯ୍ୟ ଏବଂ ଶୃଙ୍ଖଳାର ସହ ପରିସ୍ଥିତିକୁ ମୁକାବିଲା କରିଛନ୍ତି । ମୁଁ ସବିନୟ ତାଙ୍କର ଉଦ୍ୟମକୁ ପ୍ରଶଂସା କରିବା ସହ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ସକ୍ରିୟ ଭୂମିକା ଗ୍ରହଣ କରିଥିବା ସମସ୍ତଙ୍କୁ ଅଭିବାଦନ ଜଣାଉଛି ।
ପ୍ରିୟ ପରିଜନଙ୍କୁ ହରାଇଥିବା ଜନତାଙ୍କ ପ୍ରତି ମୁଁ ଗଭୀର ସମବେଦନା ଜଣାଉଛି । ଆମେ ଦୃଢଭାବେ ସମ୍ମିଳିତ ହୋଇ କ୍ଷତିିଗ୍ରସ୍ତ ହୋଇଥିବା ବ୍ୟକ୍ତିବିଶେଷଙ୍କୁ ସହଯୋଗ କରିବା ।
କୋଭିଡ-୧୯ ପ୍ରସଙ୍ଗ ଉଥାପନ କରି ପ୍ରଧାନମନ୍ତ୍ରୀ କହିଲେ, ପ୍ରକୃତରେ କହିବାକୁ ଗଲେ କୋଭିଡ୍ ବିରୋଧୀ ସଂଗ୍ରାମ ଏତେ ଭୟାବହ ଯେ, ଆମ ଦେଶ ଜଳ, ସ୍ଥଳ ଓ ଆକାଶ ତିନୋଟି ମାର୍ଗରେ ମୁକାବିଲା କରୁଛି । ଶିଳ୍ପ ସଂସ୍ଥାମାନଙ୍କରେ ଆମର ଅଧିକାଂଶ ବୈଜ୍ଞାନିକ, ବିଶେଷଜ୍ଞ ଏବଂ ଟେକ୍ନିସିଆନ୍ ଯୁଦ୍ଧକାଳୀନ ପରିସ୍ଥିତିରେ କାର୍ଯ୍ୟ କରିବା ପରି କାର୍ଯ୍ୟ କରୁଛନ୍ତି । ଏମାନଙ୍କର କାର୍ଯ୍ୟକଳାପ ବିଷୟରେ ବୁଝିବା ଏବଂ ଜାଣିବା ଲାଗି ସମସ୍ତ ନାଗରିକ ଖୁବ୍ ଉତ୍ସୁକ ହୋଇ ଉଠିଛନ୍ତି ।
ବିଦେଶରୁ ଦେଶକୁ ଆକ୍ସିଜେନ୍ ଜନ୍‌ସେଂଟ୍ରେଟର ଏବଂ କ୍ରାୟୋଜିନିକ୍ ଟ୍ୟାଙ୍କର ଅଣାଯାଉଛି । ତେଣୁ, ଭାରତୀୟ ନୌସେନା, ବାୟୁସେନା, ସେନା, ‘ଡିଆରଡିଓକ୍ଷ ଏବଂ ଆମର ଅନ୍ୟାନ୍ୟ ପ୍ରତିଷ୍ଠାନ ସବୁ ଏହି ଅଭିଯାନରେ ସାମିଲ ହୋଇଛନ୍ତି । ଗୋଟିଏ ପଟେ, ବାୟୁସେନା ବିମାନ ଯୋଗେ ଖାଲି ଟ୍ୟାଙ୍କର୍ ସବୁକୁ ଅକ୍ସିଜେନ୍ କାରଖାନାକୁ ନିଆଯାଉଥିବା ବେଳେ, ଅନ୍ୟ ପଟେ ନୂଆ ଅକ୍ସିଜେନ୍ କାରଖାନା ନିର୍ମାଣ ଶେଷ କରାଯାଉଛି ।
କୋଭିଡ୍‌-୧୯ର ଦ୍ୱିତୀୟ ପ୍ରବାହ ସମୟରେ ପ୍ରମୁଖ ସମସ୍ୟା ଥିଲା ଦୂରଦୂରାନ୍ତର ଅଞ୍ଚଳକୁ ଡାକ୍ତରୀ ଅକ୍ସିଜେନ୍ ପ୍ରେରଣ କରିବା । ଦେଶ ସମ୍ମୁଖୀନ ହୋଇଥିବା ଏହି ସମ୍ୟାର ମୁକାବିଲା କରିବା ଲାଗି କ୍ରାୟୋଜିନିକ୍ ଅକ୍ସିଜେନ୍ ଟ୍ୟାଙ୍କରର ଡ୍ରାଇଭରମାନେ ଯୁଦ୍ଧକାଳୀନ ବେଗରେ କାର୍ଯ୍ୟକରି ଅସୁମାରୀ ବ୍ୟକ୍ତିଙ୍କ ଜୀବନ ରକ୍ଷା କରିଛନ୍ତି । ଦେଶର କୋଣ ଅନୁକୋଣକୁ ଆମ ଯୋଦ୍ଧାମାନେ ଏହି ଅକ୍ସିଜେନ୍ ପରିବହନ କରୁଛନ୍ତି ।
ଆପଣମାନେ ଅନୁମାନ କରନ୍ତୁ, ସାଧାରଣ ଦିନମାନଙ୍କରେ ଆମେ ଦୈନିକ ୯୦୦ ମେଟ୍ରିକ୍ ଟନ୍ ଅକ୍ସିଜେନ୍ ଉତ୍ପାଦନ କରୁଥିବା ବେଳେ ଏବେ ତାହା ୧୦ ଗୁଣ ଟପି ଯାଇଥିବାରୁ ଆମେ ଦୈନିକ ୯୫୦୦ ମେଟ୍ରିକ୍ ଟନ୍ ଅକ୍ସିଜେନ୍ ଉତ୍ପାଦନ କରୁଛୁ ।
ଅକ୍ସିଜେନ୍ ଏକ୍ସପ୍ରେସ୍ ଟ୍ରେନ୍ ଚଳାଉଥିବା ଜଣେ ମହିଳା ଡ୍ରାଇଭରଙ୍କ ସହ ଆଳାପ କରି ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ଗୋଟିଏ ଅକ୍ସିଜେନ୍ ଏକ୍ସପ୍ରେସ୍ ସମ୍ପୂର୍ଣ୍ଣ ଭାବେ ମହିଳାମାନଙ୍କ ଦ୍ୱାରା ଚାଲୁଥିବା ଜାରି ମା ଓ ଭଉଣୀମାନେ ଗର୍ବୀତା ହେବେ । ସେଥିପାଇଁ ଦେଶର ସମସ୍ତ ମହିଳା ମଧ୍ୟ ଗର୍ବ ଅନୁଭବ କରିବେ ।
କେବଳ ସେତିକି ନୁହେଁ ପ୍ରତ୍ୟେକ ଭାରତୀୟ ବି ଗର୍ବ ଅନୁଭବ କରିବେ ।
ପ୍ରଧାନମନ୍ତ୍ରୀ ପୁଣି କହିଲେ, ଏପର୍ଯ୍ୟନ୍ତ ଦେଶରେ ୩୩କୋଟିରୁ ଅଧିକ ନମୁନା ପରୀକ୍ଷା ସରିଲାଣି । ବନ୍ଧୁଗଣ, କରୋନାଭାଇରସ୍ ସଂକ୍ରମର ଆରମ୍ଭରେ ଦେଶରେ ଗୋଟିଏ ମାତ୍ର ପରୀକ୍ଷାଗାର ଥିଲା, କିନ୍ତୁ ଆଜି ଦେଶରେ ଅଢେଇ ହଜାରରୁ ଅଧିକ ପରୀକ୍ଷାଗାର କାର୍ଯ୍ୟ କରୁଛନ୍ତି । ପ୍ରାରମ୍ଭରେ ଦୈନିକ ମାତ୍ର ଅଳ୍ପ କେତେ ଶହ ନମୁନା ପରୀକ୍ଷା ହେଉଥିଲା । ଏବେ ଦୈନିକ ୨୦ ଲକ୍ଷରୁ ଅଧିକ ନମୁନା ପରୀକ୍ଷା ହେଉଛି । ସୁରକ୍ଷିତ ରହିବା ଲାଗି ଏଭଳି ଗରମରେ ମଧ୍ୟ ପ୍ରତ୍ୟେକ୍ଷ ସେବାକାରୀମାନେ ସବୁବେଳେ ‘ପିପିଓ କିଟ୍‌’ ପିନ୍ଧୁଛନ୍ତି । ତ’ପରେ ଯାଇ ସେମାନେ ସାମ୍ପଲ୍ ଲ୍ୟାବ୍‌ରେ ପହଞ୍ଚୁଛନ୍ତି ।

Leave A Reply

Your email address will not be published.

17 − fifteen =