ବାଳସୁଧାର ଗୃହରେ ପରୀ ହତ୍ୟା ଅଭିଯୁକ୍ତ

ନୟାଗଡ: ପୟାଗଡ ଯଦୁପୁର ପାବାଳିକା ହତ୍ୟା ମାମଲା ବର୍ତମାନ ପୁରା ରାଜ୍ୟରେ ଉଷ୍ମତା ଭରିଛି । ଏସଆଇଟିର ଭିନ୍ନ ଭିନ୍ନ ତଦନ୍ତକୁ ନେଇ ମଧ୍ୟ ସମାଲୋଚନା ଆରମ୍ଭ ହୋଇଥିବା ବେଳେ ଏବେ ବୋଥ୍ରାଙ୍କ ଟିମ୍ କୁ ଲାଗିଛି ଶକ୍ତ ଝଟ୍କା । ତେବେ ମଙ୍ଗଳବାର ପକ୍ସୋ କୋର୍ଟ ଅଭିଯୁକ୍ତକୁ ନାବାଳକ ବୋଲି ଦର୍ଶାଇବା ପରେ ଏବେ ଚିନ୍ତାରେ ଟିମ୍ ବୋଥ୍ରା । ନିଜର ସବୁ କଳବଳ କୌଶଳ ଏସଆଇଟି ପରୀ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ନାବାଳକକୁ ସାବାଳକ ଦର୍ଶାଇ ଥିଲା କୋର୍ଟରେ । କିନ୍ତୁ କୋର୍ଟ ଅଭିଯୁକ୍ତ ଜନ୍ମ ପ୍ରମାଣ ପତ୍ର ଓ ଅନ୍ୟ ସବୁ ଦସ୍ତାବିଜ୍ ଆଧାରରେ ଅଭିଯୁକ୍ତ ନାବାଳକ ବୋଲି ଘୋଷଣା କରିଛନ୍ତି । ଯାହା ପରେ ନାବାଳକ ଅଭିଯୁକ୍ତ କୁ ଜେଲ ପରିବର୍ତେ ବାଳ ସୁଧାର ଗୃହ ପଠାଯାଇଛି । ଓ ଏହି ମାମଲାକୁ ଜୁଭେନାଇଲ୍ ବୋର୍ଡକୁ ସ୍ଥାନାନ୍ତରଣ କରାଯାଇଛି । ବର୍ତମାନ ଅଭିଯୁକ୍ତକୁ ଅନୁଗୁଳ ବାଳ ସୁଧାର ଗୃହକୁ ନିଆଯାଇଛି ।

Leave A Reply

Your email address will not be published.

11 − ten =