ବିକାଶ ଏନକାଉଂଟରକୁ ନେଇ ରାଜନୀତି

ନୂଆଦିଲ୍ଲୀ- ଉତରପ୍ରଦେଶର କୁଖ୍ୟାତ ଅପରାଧି ବିକାଶ ଦୁବେକୁ ନାଟକୀୟ ଭାବେ ଏକକାଉଂଟର କରି ମାରି ଦିଆଯାଇଛି । କିନ୍ତୁ ଏହି ଏନକାଉଂଟରକୁ ନେଇ ବିଭିନ୍ନ ରାଜନୈତିକ ଦଳ ପ୍ରଶ୍ୱ ଉଠାଇଛନ୍ତି । କିନ୍ତୁ ବିକାଶ ପୁଲିସ ନିକଟରେ ଆତ୍ମସର୍ମପଣ କରିଥିବା ବେଳେ ସେ କାହିଁକି ଖସି ପଳାଇବାକୁ ଚାହିଁବ ବୋଲି ପ୍ରଶ୍ନ ଉଠାଇଛନ୍ତି । ତେବେ ଏ ସମ୍ପର୍କରେ ଉତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ବିକାଶ ସହିତ ସରକାରଙ୍କ ବହୁ ନେତାଙ୍କ ସମ୍ପର୍କ ରହିଥିଲା ।

ବିକାଶ ଧରାପଡିବା ପରେ ସରକାର ବିପଦରେ ପଡିଯାଇଥିଲେ । ତେଣୁ ସରକାରଙ୍କୁ ବଂଚାଇବାକୁ ଯାଇ ବିକାଶକୁ ଏନକାଉଂଟର କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ସେହିପରି ବିକାଶର ମୃତ୍ୟୁ ପରେ ଅପରାଧର ଅନ୍ତ ଘଟିଛି ବୋଲି କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି ।ସେହିଭଳି ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତମ ମିଶ୍ରା କହିଛନ୍ତି , ଆଇନ ତାର କାମ କରିଛି । ଏହି ଘଟଣା ସେହିମାନଙ୍କ ଲାଗି ଦୁଃଖ ଏବଂ ନିରାଶାର ବିଷୟ ହେବ ଯେଉଁମାନେ ଗତକାଲି ବିକାଶର ଗିରଫଦାରି ଏବଂ ଆଜି ଏନକାଉଂଟର ଉପରେ ପ୍ରଶ୍ନ ଉଠାଉଛନ୍ତି । ରାଷ୍ଟ୍ରୀୟ ଲୋକ ଦଳର ନେତା ଚୟନ୍ତ ଚୌଧୁରୀ କହିଛନ୍ତି , ବିଜେପି ଶାସନରେ କୋର୍ଟର ଆବଶ୍ୟକତା ନାହିଁ । ଏହି ଏନକାଉଂଟର ପରେ ଦେଶର ସମସ୍ତ ବିଚାରପତିମାନେ ଇସ୍ତଫା ଦେଇଦେବା ଉଚିତ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.

six + 19 =