ବାରିପଦା: ସମ୍ପ୍ରତି କରୋନା ମହମାରି ଧୀରେ ଧୀରେ ବଢ଼ିବାରେ ଲାଗିଛି । ଏହାକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ସମସ୍ତେ କାର୍ଯ୍ୟରତ ଅଛନ୍ତି ।ଏହାକୁ ପ୍ରତିହତ କରିବା ପାଇଁ ମାସ୍କ ପରିଧାନ କରିବା ଅପରିହାର୍ଯ୍ୟ ଅଟେ ।ଏହି ପରିପ୍ରେକ୍ଷୀରେ ବିଜେଡି ପକ୍ଷରୁ ମୟୁରଭ ଜିଲ୍ଲାର ଦୁର୍ଗମ ବଣ ପାହାଡ଼ରେ ଘେରା ଶିମିଳିପାଳ ଜୈବ ମଣ୍ଡଳ ଅନ୍ତର୍ଗତ ଗ୍ରାମରେ ବସବାସ କରୁଥିବା ଆଦିବାସୀ ଜନଜାତି ଲୋକମାନଙ୍କୁ କରୋନା ବାବଦରେ ସଚେତନ କରାଯାଇଥିଲା ।ଜିଲ୍ଲା ବିଜେଡି ସଦର ସଭାପତି କାଶୀନାଥ ହେମ୍ବ୍ରମ ଶିମିଳିପାଳ ମଧ୍ୟରେ ଥିବା ଭାତଛତର ପଚାଂୟତର କାଶିପାଣି ଗ୍ରାମରେ ମାସ୍କ ବଣଟନ କରିଥିଲେ ।ସେଠାରେ ବାସବାସ କରୁଥିବା ଆଦିବାସୀ ଲୋକମାନଙ୍କୁ କରୋନା ମହମାରି ସମ୍ପର୍କରେ ସଚେତନ କରାଇବା ସହିତ ତାଙ୍କ ସୁବିଧା ଅସୁବିଧା କଥା ପଚାରି ବୁଝିଥିଲେ ।ସେଠାକାର ଲୋକମାନେ ବିଦ୍ୟୁତ ସଂଯୋଗ ପାଇଁ ଅନୁରୋଧ କରିଥିଲେ, କିନ୍ତୁ ଉକ୍ତ ଅଚଂଳ ଶିମିଳିପାଳ ଜୈବ ମଣ୍ଡଳ ହେଇଥିବାରୁ ସେଠାରେ ସରକାରଙ୍କ ତରଫରୁ ସୌରଶକ୍ତି ଚାଳିତ ଆଲୋକ ବ୍ୟବସ୍ଥା ଅଛି ।ଜିଲ୍ଲା ସଦର ସଭାପତି ଶ୍ରୀ ହେମ୍ବ୍ରମଙ୍କ ସହ ବିଶିଷ୍ଟ ସମାଜସେବୀ ତଥା ବିଜେଡି ନେତା ଦୀପକ ମିଶ୍ର, ଯୁବସଂଗଠକ ଗଣେଶ ମିଶ୍ର, ତୁଶୀଲ ହେମ୍ବ୍ରମ, ମୁନ୍ନା ଖାଁ, ସ୍ଥାନୀୟ ୱାର୍ଡ ମେମ୍ବର, ଗ୍ରାମ ମୁଖିଆ ପ୍ରମୁଖ ଉପସ୍ଥିତ ରହି ମାସ୍କ ବଣଟନ କାର୍ଯ୍ୟ ସମ୍ପାଦନ କରିଥିଲେ ।