ବିଧାନସଭାର ୫କର୍ମଚାରୀଙ୍କୁ କରୋନା : ୩୧ଯାଏ ବନ୍ଦ ଘୋଷଣା

ଭୁବନେଶ୍ୱର- ରାଜ୍ୟ ବିଧାନସଭାର ୫ ଜଣ କର୍ମଚାରୀ କରୋନା ଭୂତାଣୁରେ ସଂକ୍ରମିତ ହୋରଇଛନ୍ତି ୩ଦିନ ତଳେ ସେମାନଙ୍କ ନମୁନା ସଂଗ୍ରହ ହୋଇ ପରୀକ୍ଷା ପାଇଁ ପଠାଯାଇଥିଲା । ସେମାନଙ୍କର ରିପୋର୍ଟ ପଜିଟିଭ ଆସିଥିବା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।ଏହା ସହିତ ବିଧାନସଭାକୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ କରିବାକୁ ବାଚସ୍ପତି ଘୋଷଣା କରିଛନ୍ତି । ଏହି ସମୟ ମଧ୍ୟରେ ସମ୍ପୂର୍ଣ୍ଣ ବିଧାନସଭାକୁ ସାନିଟାଇଜ କରାଯିବ । ସେହିପରି ସଂକ୍ରମିତ ୫ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ କର୍ମଚାରୀଙ୍କ ପରୀକ୍ଷା କରାଯିବ ବୋଲି କୁହାଯାଇଛି । ବାଚସ୍ପତିଙ୍କ ସୂଚନା ଅନୁସାରେ, କିଛି ଦିନ ତଳେ ବିଧାନସଭାର ଏକ କମିଟି ବୈଠକ ହୋଇଥିଲା ବୈଠକରେ ଉପସ୍ଥିତ ଥିବା ଜଣେ ବିଧାୟକଙ୍କ ସ୍ୱାବ୍ ପରୀକ୍ଷା କରାଯିବା ପରେ ପାରିକ୍ଷା କରାଯିବା ପରେ ତାଙ୍କର ରିପୋର୍ଟ ପଜିଟିଭ ଆସିଥିଲା । ଏହା ପରେ ସମସ୍ତ କର୍ମଚାରୀଙ୍କୁ ପରୀକ୍ଷା କରାଇବାକୁ କୁହାଯାଇଥିଲା ।୩ଦିନ ତଳେ କର୍ମଚାରୀମାନେନ ପରୀକ୍ଷା କରାଇଥିଲେ । ସେମାନଙ୍କ ମଧ୍ୟରୁ ୫ କର୍ମଚାରୀଙ୍କ ରିପୋର୍ଟ ପଜିଟିଭ ଆସିଥିବା ବାଚସ୍ପତି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

3 × 1 =