ବିନା ଭକ୍ତରେ ବଡଦାଣ୍ଡରେ ଗଡିବ ରଥ

ନୂଆଦିଲ୍ଲୀ,୨୨.୩ (ଏଜେନ୍ସ): ଶେଷରେ ସମସ୍ତ କଳ୍ପନା ଜଳ୍ପନା ଓ ଉକଣ୍ଠାର ଅବସାନ ଘଟିଛି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟ ଅନୁମତି ପ୍ରଦାନ କରିଛନ୍ତି ।
ସୁୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସଏ ବୋବଦେ, ବିଚାରପତି ଏଏସ ବୋପାନ୍ନା ଏବଂ ଦିନେଶ ମାହେଶ୍ୱରୀଙ୍କୁ ଗଠିତ ତିନି ଜଣିଆ ଖଣ୍ଡପିଠ ଆଜି ମାମଲାର ଶୁଣାଣିକରି ପୂର୍ବ ରାୟର ସଂଶୋଧନ କରିବା ସହ ଭକ୍ତଶୂନ୍ୟ ରଥଯାତ୍ରା ପାଇଁ ସର୍ତ ମୂଳକ ଅନୁମତି ପ୍ରଦାନ କରିଛନ୍ତି । ରାଜ୍ୟସରକାର, ଓ ଶ୍ରୀମନ୍ଦିର ପରିଚାଳନା କମିଟିର ସମନ୍ୱୟରେ ରଥଯାତ୍ରା ହେବ । ତେବେ ସ୍ୱାସ୍ଥ୍ୟ ପ୍ରସଙ୍ଗ ନେଇ କୌଣସି ସାଲିସ କରାଯିବ ନାହିଁ । ଯଦି ପରିସ୍ଥତି ଖରାପ ହୁଏ ତେବେ ରଥଯାତ୍ରାଙ୍କୁ ବନ୍ଦ କରିଦିଆଯିବ ବୋଲି ପ୍ରଧାନ ବିଚାରପତି ସତର୍କ କରାଇ ଦେଇଛନ୍ତି । ଅନ୍ୟପକ୍ଷରେ ସହସ୍ର ସହସ୍ର ବର୍ଷର ପରମ୍ପରକୁ ଦୃଷ୍ଟିରେ ରଖି କେବଳ ପୁରୀରେ ଭକ୍ତଶୂନ୍ୟ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟ ଅନୁ ମତିଦେଇଥିଲା ବେଳେ ରାଜ୍ୟର ଅନ୍ୟ କୌଣସି ଠାରେ ରଥଯାତ୍ରା ହୋଇପରିବ ନାହିଁ ବୋଲି ପ୍ରଧାନ ବିଚାରପତି ସ୍ପଷ୍ଟକରି ଦେଇଛନ୍ତି ।

Leave A Reply

Your email address will not be published.

5 + 18 =