ବିବାଦୀୟ ଅଂଚଳରୁ ସେନା ହଟାଇବ ଚୀନ୍

ନୂଆଦିଲ୍ଲୀ,୨୩.୬ (ଏଜେନ୍ସି): ଲଦାଖର ଏଲଏସି ଅନ୍ତର୍ଗତ ବିବାଦୀୟ ଅଂଚଳରୁ ନିଜର ସୈନ୍ୟଙ୍କୁ ପଛକୁ ହଟାଇନେବାକୁ ଚୀନ୍ ରାଜି ହୋଇଛି । ସୀମା ବିବାଦକୁ ନେଇ ଏଲଏସିରେ ଉପୁଜିଥିବା ଉତେଜନାପୂର୍ଣ୍ଣ ସ୍ଥିତିକୁ ସାଧାରଣ ଅବସ୍ଥାକୁ ଫେରାଇ ଆଣିବା ଲାଗି ଗତ ସୋମବାର ହୋଇଥିବା ସୈନ୍ୟ କମାଣ୍ଡର ସ୍ତରୀୟ ଆଲୋଚନା ପରେ ଦୁଇ ଦେଶ ଏଥିରେ ସହମତି ପ୍ରକାଶ କରିଛି । ଉଭୟ ଦେଶର ସେନା ବିବାଦୀୟ ଅଂଚଳରୁ ନିଜ ସୈନ୍ୟଙ୍କୁ ପଛକୁ ଫେରାଇନେବେ ବୋଲି ବୈଠକରେ ସ୍ଥିର ହୋଇଛି । ଗତ ସୋମବାର ମୋଲଡୋଠାରେ ଦୁଇ ପକ୍ଷ ମଧ୍ୟରେ ଦୀର୍ଘ ୧୧ ଘଂଟା ଧରି ସୈନ୍ୟ କମାଣ୍ଡର ସ୍ତରୀୟ ଆଲୋଚନା ହୋଇଥିଲା । ଭାରତ ନିଜ ଜିଦରେ ଅଟଳ ରହି କହିଥିଲା ଯେ ଗଲୱାନ, ପେନ୍ଗୋଙ୍ଗ ସୋ ଏବଂ ହଟ୍ ସ୍ପ୍ରିଙ୍ଗ ଅଂଚଳରେ ଯେପର୍ଯ୍ୟନ୍ତ ମେ ୨ ତାରିଖ ପୂର୍ବର ସ୍ଥିତି ନ ଫେରିଛି ସେପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବାସ୍ତବିକ ନିୟନ୍ତ୍ରଣ ରଖା (ଏଲଏସି)ରେ ପରିସ୍ଥିତି ଗମ୍ଭୀର ରହିବ । ତେବେ ଆଲୋଚନ ସମୟରେ ଚୀନ ନିଜର ସୈନ୍ୟଙ୍କୁ ବିବାଦୀ ଅଂଚଳରୁ ପଛକୁ ଫେରାଇନେବା ଲାଗି ସହମତି ଜଣାାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.

19 − 1 =