ନୂଆଦିଲ୍ଲୀ: ଶନିବାର ଇଣ୍ଡୋନେସିଆ ଜକର୍ତ୍ତାରେ ହୋଇଥିବା ବିବାନ ଦୁର୍ଘଟଣାର ମିଳିଛି ଭଗ୍ନାବଶେଷ । ବିମାନ ଦୁର୍ଘଟଣାର ଦିନକ ପରେ ଜାଭା ସାଗରରୁ ଭଗ୍ନାବଶେଷ ମିଳିଥିବାବେଳେ ଯାତ୍ରୀଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଓ କିଛି ଫଟା କପଡା ମଧ୍ୟ ଉଦ୍ଧାର ହୋଇଛି । ଏନେଇ ଇଣ୍ଡୋନେସିଆର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଶନିବାର ଶ୍ରୀବିଜୟା ଏୟାର ବିମାନ ଇଣ୍ଡୋନେସିଆର ରାଜଧାନୀ ଜକାର୍ତ୍ତାରୁ ଉଡାଣ ଭରିଥିଲେ। କ୍ରୁ ମେମ୍ବରଙ୍କ ସେମେତ ବିମାନରେ ୬୨ଜଣ ଯାତ୍ରୀ ଥିଲେ। ଉଡାଣ ଭରିବାର ଏକ ଘଣ୍ଟା ପରେ ବିମାନ ସହ ସମ୍ପର୍କ ଛିନ୍ନ ହୋଇଥିଲା। ହଠାତ ଆକାଶରୁ ନିଖୋଜ ହୋଇଯାଇଥିଲା ଏହି ଯାତ୍ରୀବାହୀ ବିମାନ । ପାଇଲଟ୍ ଏୟାର ଟ୍ରାଫିକ୍ କଣ୍ଟ୍ରୋଲରଙ୍କର ସହ କଥା ହେବାର ୪ ମିନିଟ୍ ପରେ ବିମାନଟି ରାଡାରରୁ ଗାଏବ ହୋଇଯାଇଥିଲା ବୋଲି ପରିବହନ ମନ୍ତ୍ରୀ ବୁଦୀ କରିୟା ସୁମାଡି କହିଛନ୍ତି।