ବିହାରରେ ମାଗଣା ଟିକା

ପାଟନା: ବିହାରରେ ସମସ୍ତ ବେସକରୀ ହସ୍ପିଟାଲରେ କରୋନା ଟିକା ମାଗଣାରେ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ତାଙ୍କର ୭୦ ତମ ଜନ୍ମଦିନରେ ଘୋଷଣା କରିଛନ୍ତି । ବିହାରରେ ଘରୋଇହସ୍ପିଟାଲ୍ ଗୁଡିକରେ ଟିକା ନେଉôଥବା ଲୋକଙ୍କ ଖଚ୍ଚୟ ବିହାର ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସାରା ଦେଶରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି । ଘରୋଇ ଟିକାକରଣ କେନ୍ଦ୍ରରେ ଟିକା ନେବା ପାଇଁ ୨୫୦ ଟଙ୍କା ଦେୟ ବ୍ୟବସ୍ଥା କରାଯାଇଥିବା ବେଳେ ଏହାକୁ ବିହାର ରାଜ୍ୟ ସରକାର ବହନ କରିବେ । ପୂର୍ବରୁ ସରକାର କେନ୍ଦ୍ରରେ ମାଗଣା ଟିକାକରଣ ବ୍ୟବସ୍ଥା କରାଯାଇଛି । ଏହାସହ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଆଜି ଟିକା ନେଇଛନ୍ତି । ସାରାଦେଶରେ ୬୦ ବର୍ଷରୁ ଅଧିକ ବୟସ୍କ ଏବଂ ବିଭିନ୍ନ ରୋଗ ଥିବା ୪୫ ବୟସ୍କ ଲୋକଙ୍କ ଟିକା ଆଜି ଠାରୁ ପ୍ରଦାନ କରାଯାଉଛି ।

Leave A Reply

Your email address will not be published.

five × 5 =