ବି୍ରଟେନ୍ରେ କରୋନା ଟିକା ନେଇ ୭ ମୃତ

ଲଣ୍ଡନ: ବ୍ରିଟେନ୍ରେ ଟିକା ନେଇ ୭ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କେବଳ ସେତିକି ନୁହେଁ ଅନେକ ଲୋକଙ୍କ ଦେହରେ ରକ୍ତ ଜମାଟ ବାନ୍ଧିବା ଭଳି ସମସ୍ୟା ମଧ୍ୟ ଦେଖାଦେଇଛି ।
ବ୍ରିଟେନ୍ରେ ଅକ୍ସଫୋର୍ଡ ୟୁନିଭରସିଟି ଏବଂ ଆଷ୍ଟ୍ରାଜେନେକା କମ୍ପାନି ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ ଟିକା ନେବା ପରେ ୭ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସେଠାକାର ମେଡିସିନ୍ ଆଣ୍ଡ ହେଲ୍ଥକେୟାର ପ୍ରଡକ୍ଟସ ରେଗୁଲେଟାରୀ ଏଜେନ୍ସି ଶନିବାର ଏନେଇ ଘୋଷଣା କରିଛି ।
ଏଜେନ୍ସି କହିବା ମୁତାବକ, ଦେଶରେ ଯେତିକି ଲୋକଙ୍କୁ ଏହି ଟିକା ଦିଆଯାଇଥିଲା, ସେମାନଙ୍କ ଭିତରୁ ୩୦ଜଣଙ୍କ ମୁଣ୍ଡରେ ରକ୍ତ ଜମାଟ ବାନ୍ଧିଥିଲା । ସେମାନଙ୍କ ଭିତରୁ ୭ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି ।

Leave A Reply

Your email address will not be published.

18 − six =