ବୈତରଣୀରେ ବଢୁଛି ଜଳ ସ୍ତର


ଯାଜପୁର- ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବୈତରଣୀରେ ଜଳସ୍ତର ବୃଦ୍ଧି ପାଇଛି । ତେଣୁ ନଦୀରେ ବନ୍ୟା ଆଶଙ୍କା କରାଯାଉଛି । ରାଜ୍ୟ ସରକାର ଯାଜପୁର ଜିଲ୍ଲାପାଳଙ୍କୁ ଏନେଇ ସର୍ତକ ରହିବାକୁ ନିର୍ଦେଶ ଦେଇଛନ୍ତି । ବନ୍ୟା ହେଲେ ତଳିଆ ଅଂଚଳ ବହୁ ମାତ୍ରାରେ ପ୍ରଭାବିତ ହେବ । ତେଣୁ ତଳିଆ ଅଂଚଳରେ ଥିବା ସ୍କୁଲ ଗୁଡିକୁ ଖୋଲା ରଖିବାକୁ ପ୍ରଧାନ ଶିକ୍ଷକଙ୍କୁ ନିର୍ଦେଶ ଦେଇଛନ୍ତି । ସେହିପରି ପ୍ରସୂତି, ଗର୍ଭବତୀ ଓ ଛୋଟ ପିଲାଙ୍କୁ ସୁରକ୍ଷିତ ରଖିବା ପାଇଁ ସିଡିପିଓ ଓ ଅଙ୍ଗନୱାଡି କର୍ମୀଙ୍କୁ କୁହାଯାଇଛି । ଅଜି ସଂଧ୍ୟା ବନ୍ୟା ଜଳ ନଦୀରେ ପ୍ରବେଶ କରିବାର ସମ୍ଭାବନା ରହିଥିବାରୁ ସମସ୍ତ ବିଭାଗୀୟ ଅଧିକାରୀ ସତର୍କ ରହିବାକୁ ଜିଲ୍ଲାପାଳ ରଞ୍ଜନ କୁମାର ଦାସ କହିଛନ୍ତି ।

Leave A Reply

Your email address will not be published.

15 − eight =