ବୋବଡେଙ୍କୁ ଶିଖ୍ ସଂଗଠନର ଧମକ

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ ପ୍ରସଙ୍ଗରେ କୃଷକ ମାନେ ସରକାରଙ୍କୁ ଟାର୍ଗେଟ୍ କରୁଥିବା ବେଳେ ଆନ୍ତର୍ଜାତିକ ଶିଖ୍ ସଂଗଠନ ଶିଖ୍ ଫର ଜଷ୍ଟିସ୍ (ଏସ୍ ଏଫ ଜେ) ଏନେଇ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏସ୍. ଏ ବୋବଡେଙ୍କୁ ଧମକ ଦେଇଛନ୍ତି । ଏହି ଧମକରେ ଶିଖ୍ ଫର ଜଷ୍ଟିସ୍ ପ୍ରଧାନବିିଚାରପତିଙ୍କ ଉଦେ୍ଧଶ୍ୟରେ କହିଛି କି ଜାନୁଆରୀ ୨୬ରେ କୃଷକ ମାନେ ଆୟୋଜିତ କରୁଥିବା ଟ୍ରାକ୍ଟର ମାର୍ଚ୍ଚକୁ ରୋକିବାକୁ ଚେଷ୍ଟା କଲେ ପରିଣତି ଭୟଙ୍କର ହେବ । ଏହା ସହ ଶିଖ୍ ଫର ଜଷ୍ଟିସ୍ ବୋବଡେଙ୍କୁ ଏକ ପୁରୁଣା ମାମଲାର ଦୋଷୀ ବୋଲି କହିଛି । ସଂଗଠନ କହିଛି କି ଶିଖ୍ ଯେଉଁ ମାନେ ଗଣହତ୍ୟା କରିଥିଲେ ବୋବଡେ ତାଙ୍କ ୍ସହିତ ଥିଲେ । ଏବେ କୃଷକଙ୍କ ଗଣହତ୍ୟା ମାମଲାରେ ନରେନ୍ଦ୍ର ମୋଦିଙ୍କ ସହ ବୋବଡେ ଥିବା କଥା ସଂଗଠନ ଅଭିଯୋଗ କରିଛି । ଏହା ସହ ସଂଗଠନ କହିଛି କି ଏହା ୧୯୯୦ ମସିହା ନୁହେଁ । ଏହା ୨୦୨୧ ମସିହା ତେଣୁ ଶିଖ୍ ଫର ଜଷ୍ଟିସ୍ ସସ୍ତ ନ୍ୟାୟକୁ ଆନ୍ତର୍ଜାତୀୟ ଆଇନ୍ ଅନୁଯାୟୀ ବିଚାର କରିବ ।
କହିରଖୁ କି ଆଜିକୁ ୫୨ ଦିନ ଧରି ଚାଲିଥିବା କୃଷକ ଆଇନକୁ ନେଇ ସରକାର ଓ କୃଷକଙ୍କ ମଧ୍ୟରେ ବାରମ୍ବାର ବୈଠକ ବିଫଳ ୈହବା ପରେ ଜାନୁଆରୀ ୧୨ ତାରିଖରେ ସୁପ୍ରିମକୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରିଥିଲା । ଏନେଇ କୋର୍ଟ ପକ୍ଷରୁ ଆଇନ୍ର କାର୍ଯ୍ୟକାରିତା ଉପରେ ରହିତାଦେଶ ଜାରି କରିବା ସହ ଆନେ୍ଦାଳନକାରୀ କୃଷକ ଓ ସରକାରଙ୍କ ମଧ୍ୟରେ ଲାଗିରହିଥିବା ଅଚଳାବସ୍ଥା ଦୂର କରିବାକୁ ଏକ ୪ଜଣିଆ କମିଟି ଗଠନ କରିଥିଲେ । ହେଲେ ଏହି ୪ଜଣିଆ କମିଟିରୁ ଜଣେ ସଦସ୍ୟା ସ୍ୱେଚ୍ଛାକୃତ ଭାବେ ଓହରି ଯାଇଛନ୍ତି । ହେଲେ ଏହି କମିଟିର ପ୍ରଥମ ବୈଠକ ଚଳିତ ମାସ ୧୯ ତାରିଖରେ ବସିବ ବୋଲି କୁହାଯାଇଛି ।
ଅନ୍ୟପଟେ କୋର୍ଟଙ୍କ ଦ୍ୱାରା ନିଯୁକ୍ତ କମିଟିକୁ ଗ୍ରହଣ କରି ନାହାନ୍ତି ଚାଷୀ ସଂଗଠନ ମାନେ । ଚାଷୀ ନେତା କହିଛନ୍ତି କି କମିଟିରେ ସରକାରଙ୍କ ସମର୍ଥନକାରୀ ମାନେ ସ୍ଥାନ ପାଇଛନ୍ତି ।

Leave A Reply

Your email address will not be published.

19 − 10 =