ଭୁବନେଶ୍ୱର – ଗଞ୍ଜାମରେ କରୋନା ସଂକ୍ରମଣ ଜନିତ ସମସ୍ୟା ଉଦବେଗ ଜନକ ସ୍ଥିତିରେ ପଂହଚିଥିବା ବେଲେ ବ୍ରହ୍ମପୁର ସହରରେ ୪ ଦିନ ସଟଡାଉନ ଘୋଷଣା କରିଛନ୍ତି ସ୍ଥାନୀୟ ପ୍ରଶାସନ । ଆସନ୍ତା ୨୮ତାରିଖରୁ ସଟଡାଉନ ଆରମ୍ଭ ହେବ । ଏହି ସମୟରେ କେବଳ ସ୍ୱାସ୍ଥ୍ୟସେବା ଓ ଦୁଗ୍ଧ ବଂଟନ ପାଇଁ ଅନୁମତି ମିଳିବ । ଅନ୍ୟସମସ୍ତ ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିବ ।ସଟଡାଉନ ସମୟରେ ସ୍ୱାସ୍ଥ୍ୟ, କଟାଂଟ ଟ୍ରେସିଂ, ଆଇସୋଲେସନ, ହୋମ କ୍ୱାରେଂଟାଇନ ବ୍ୟବସ୍ଥା ଯାଂଚ କରାଯିବ । ଏଥିପାଇଁ ୭୦ ହେଲଥ ଟିମ ଗଠନ କରାଯାଇଛି । ଏହି ଟିମ ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ଯାଂଚ କରିବେ । ବ୍ରହ୍ମପୁରରେ କ୍ରମାଗତ ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳ ସହରବାସୀ କଟକଣା ମାନୁ ନଥିବା ଯୋଗୁଁ ଜିଲ୍ଲା ପ୍ରଶାସନ ପୁଣି ସଟଡାଉନ ନିଷ୍ପତି ନେବାକୁ ବାଧ୍ୟ ହୋଇଛି । ଆସନ୍ତା ବୁଧବାର ପର୍ଯ୍ୟନ୍ତ ସଟଡାଉନ ବଳବତର ରହିବ ।