ନୂଆଦିଲ୍ଲୀ: ଭାରତରେ କରୋନା ସ୍ଥିତି ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି । ଦୈନିକ ୩୦ ହଜାରରୁ ଅଧିକ ପଜିଟିଭ ଚିହ୍ନଟ ହେବା ସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୪୦ ହଜାର ପାଖାରେ ପହଞ୍ଚିଥିଲା । ଏସବୁ ଭିତରେ ରବିବାର ଭାରତୀୟ ମେଡିକଲ ଆସୋସିଏସନ (ଆଇଏମଏ) ବଡ ବୟାନ ଦେଇ କହିଛି, ଭାରତରେ ବର୍ତମାନ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହେଲାଣି ଓ ଆଗକୁ ସ୍ଥିତି ଆହୁରି ଖ୍ରାପ ହେବାର ଆଶଙ୍କା ରହିଛି ।
ଆଇଏମଏ ହସ୍ପିଟାଲ ବୋର୍ଡ ଅଫ ଇଣ୍ଡିଆର ଅଧ୍ୟକ୍ଷ ଡାଃ ଭିକେ ମୋଙ୍ଗା କହିଛନ୍ତି, ପ୍ରତିଦିନ ଭାରତରେ ଦୈନିକ ୩୦ ହଜାରରୁ ଅଧିକ ପଜିଟିଭ ଚିହ୍ନଟ ହେଉଛନ୍ତି । ଏହା ନିଶ୍ଚିତ ଭାବେ ଭାରତ ପାଁଇ ଏକ ଖରାପ ସ୍ଥିତି । ଡଃ ମୋଙ୍ଗା ଆହୁରି କହିଛନ୍ତି , ବର୍ତମାନ ସ୍ଥିତି ନିୟନ୍ତ୍ରଣ କରିବା ଅତ୍ୟନ୍ତ କଷ୍ଟକର ହୋଇପଡିଛି । ଦିଲ୍ଲୀରେ ଆମେ କରୋନା ସଂକ୍ରମଣକୁ ହ୍ରାସ କରିବାକୁ ସକ୍ଷମ ହୋଇଛି । କିନ୍ତୁ ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଗୋଆ, ମଧ୍ୟପ୍ରଦେଶ ସ୍ଥିତି ବେକାବୁ ହେଉଛି । ଏହା ଦେଶର ନୂଆ କରୋନା ହଟସ୍ପଟ ହେଲାଣି । ତେଣୁ ରାଜ୍ୟ ସରକାରମାନେ ସତର୍କତାର ସହ କାର୍ଯ୍ୟ କରିବା ସହିତ କରୋନାର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ସହଯୋଗ ଲୋଡିବା ଦରକାର ।
ଏହା ଏକ ଭାଇରାଲ ରୋଗ, ଯାହା ଖୁବଦ୍ରୁତ ଗତିରେ ବ୍ୟାପୁଛି ଯାହାର ମୁକାବିଲା ପାଇଁ ଦୁଇଟି ଉପାୟ ରହିଛି । ଦେଶର ୭୦% ଲୋକଙ୍କୁ ସଂକ୍ରମିତ କରି ସେମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିବା କିମ୍ବା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଥିବା ଔଷଧ ତିଆରି କରିବା ।