ଭାରତରେ ତୃତୀୟ ଲହର ୬ ରୁ ୮ ସପ୍ତାହ ମଧ୍ୟରେ !

ନୂଆଦିଲ୍ଲୀ: ଭାରତରେ ତୃତୀୟ କୋଭିଡ୍ ପ୍ରବାହ ଅନିବାର୍ଯ୍ୟ ଏବଂ ଆଗାମୀ ୬ ରୁ ୮ ସପ୍ତାହ ମଧ୍ୟରେ ତାହା ଘଟିପାରେ ବୋଲି ‘ଏମ୍‌ସ୍‌’ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି ।
ଏକ ସାକ୍ଷାତ କାର ଦେଇ ସେ କହିଛନ୍ତି ଯେ, ‘ଅନ୍‌ଲକିଙ୍ଗ୍‌’ ଆରମ୍ଭ କରିଥିବାରୁ ‘କୋଭିଡ୍‌-ଯୋଗ୍ୟ ଆଚରଣ’ ଉଲ୍ଲଂଘନ ହେଉଛି । ପ୍ରଥମ ଓ ଦ୍ୱିତୀୟ ସଂକ୍ରମଣ ପ୍ରବାହ ମଧ୍ୟରେ ଯାହା ଘଟିଲା ସେଥିରୁ ଆମେ କିଛି ଶିକ୍ଷାଲାଭ କରିଥିବା ପରି ମନେହୁଏ ନାହିଁ । ପୁଣି ଜନଗହଳି ହେଉଛି… ଲୋକେ ଏକତ୍ର ହେଉଛନ୍ତି । ଜାତୀୟସ୍ତରରେ ସଂକ୍ରମଣ ମାମଲା ବୃଦ୍ଧି ପାଇଁ କିଛି ସମୟ ଲାଗିବ । କିନ୍ତୁ, ଆଗାମୀ ୬ ରୁ ୮ ସପ୍ତାହ ମଧ୍ୟରେ ବା ଆଉ ଟିକେ ବିଳମ୍ବରେ ତୃତୀୟ ପ୍ରବାହ ଘଟିପାରେ । ସବୁ କଥା କୋଭିଡ୍‌-ଯୋଗ୍ୟ ଆଚରଣ ଏବଂ ଜନଗହଳି ପ୍ରତିହତ କରାଯିବା ଉପରେ ନିର୍ଭର କରୁଛି । ସେହିପରି, ଦେଶର ଯେକୌଣସି ଅଞ୍ଚଳରେ ୫%ରୁ ଅଧିକ ପଜିଟିଭିଟି ଦେଖାଦେଲେ ‘ମିନି-ଲକ୍‌ଡାଉନ୍‌’ ଜାରି କରିବା ଆବଶ୍ୟକ । ଟିକା ନ ନେବା ପର୍ଯ୍ୟନ୍ତ, ଆଗାମୀ ମାସ ସବୁ ଆମ୍ଭମାନଙ୍କ ପାଇଁ ବିପଦମୁକ୍ତ ନୁହେଁ । ତେଣୁ, ହଟ୍‌ସ୍ପଟ୍ ଜୋନ୍‌ଗୁଡ଼ିକରେ ‘ଟେଷ୍ଟିଙ୍ଗ୍‌, ଟ୍ରାକିଙ୍ଗ୍ ଏବଂ ଟ୍ରିଟିଙ୍ଗ୍‌’ କରାଯିବା ଉଚିତ ବୋଲି ସେ ଗୁରୁତ୍ୱ ଦେଇ କହିଛନ୍ତି । ଦେଶର ମୁଖ୍ୟ ସମସ୍ୟା ହେଲା ଏତେ ସଂଖ୍ୟକ ଜନତାଙ୍କୁ ଟିକା ଦେବା । ତେଣୁ, ଅଧିକ ଲୋକଙ୍କୁ ସୁରକ୍ଷା ଦେବା ନିମନ୍ତେ ‘କୋଭିସିଲ୍‌ଡ୍‌’ ଡୋଜ୍ ମଧ୍ୟରେ ବ୍ୟବଧାନ ବୃଦ୍ଧି କରାଯିବା ମନ୍ଦ କଥା ନୁହେଁ ।
ଏହା ବ୍ୟତିରେକେ, କୋଭିଡ୍‌-୧୯ର ବିବର୍ତ୍ତନରୁ ଜାତ ‘ଡେଲ୍‌ଟା ଭେରିଆଣ୍ଟ୍‌’ରୁ ‘ଡେଲ୍‌ଟା + ଭେରିଆଣ୍ଟ୍‌’ ନାମରେ ନୂଆ ପ୍ରଜାତି ଭୂତାଣୁ ସୃଷ୍ଟି ହେବା ପ୍ରସଙ୍ଗରେ ଗୁରୁତ୍ୱାରୋପ କରି ସେ କହିଛନ୍ତି ଯେ, ଏହା ‘ମନୋକ୍ଲୋନାଲ୍ ଆଣ୍ଟିବଡି’ ଚିକିତ୍ସା ପାଇଁ ନୂଆ ସମସ୍ୟା ସୃଷ୍ଟି କରିବ ।

Leave A Reply

Your email address will not be published.

four × two =