ଭାରତୀୟ ଦୂତାବାସ ଉପରେ ପାକ୍ ଡ୍ରୋନ୍‌

ନୂଆଦିଲ୍ଲୀ: ପାକିସ୍ତାନର ଇସ୍‌ଲାମାବାଦସ୍ଥିତ ଭାରତୀୟ ଦୂତାବାସ ପରିସରରେ ଗୋଟାଏ ଡ୍ରୋନ୍ ଉଡାଣ ନେଇ ଭାରତ ଆଜି ପାକିସ୍ଥାନ ନିକଟରେ ତିବ୍ର ପ୍ରତିବାଦ କରିଛି ।
ଗତ ସପ୍ତାହରେ ଜମ୍ମୁ ଓ କଶ୍ମୀରରେ ଥିବା ବାୟୁସେନା ଘାଟିରେ ଡ୍ରୋନ୍ ଆକ୍ରମଣ କାରଣରୁ ଉତ୍ତେଜନାମୟ ପରସ୍ଥିତି ସୃଷ୍ଟି ହୋଇଥିବା ବେଳେ ଇସ୍‌ଲାମାବାଦସ୍ଥିତ ଭାରତୀୟ ହାଇକମିସନ୍ ପରିଧି ମଧ୍ୟରେ ଡ୍ରୋନ୍ ଉଡିବା ଘଟଣା ନେଇ ଭାରତ ଅତ୍ୟନ୍ତ କ୍ଷିବ୍ଧ ହୋଇପଡିଛି । ଏହା ହେଉଛି ପାକିସ୍ତାନରେ ଥିବା ଭାରତୀୟ ମିସନ୍‌ରେ ଡ୍ରୋନ୍ ଦେଖାଯିବାର ପ୍ରଥମ ଘଟଣା । ଏହି ସମୟରେ ମିସନ୍ ମଧ୍ୟରେ କୌଣସି ଏକ କାର୍ଯ୍ୟକ୍ରମ ଚାଲିଥିଲା ।
ଜମ୍ମୁରେ ଡ୍ରୋନ୍ ବୋମା ନିକ୍ଷେପ କରାଯିବା ପରଠାରୁ ଭାରତ ସତର୍କତା ଅବଲମ୍ବନ କରିଛି । ସେ ଅଞ୍ଚଳରେ ଆହୁରି କେତୋଟି ଡ୍ରୋନ୍ ମଧ୍ୟ ଦୃଶ୍ୟମାନ ହେଲାଣି । ଆତଙ୍କବାଦୀମାନେ ଡ୍ରୋନ୍ ବ୍ୟବହାର କରୁଛନ୍ତି ବୋଲି ଜାତିସଂଘକୁ ମଧ୍ୟ ଅବଗତ କରାଯାଇଛି ।
ଆଜି ଭୋର ସମୟରେ ମଧ୍ୟ ସୀମାନ୍ତରେ ଆଉ ଏକ ଡୋନ ଉଡୁଥିବା ଦୃଶ୍ୟମାନ ହୋଇଥିଲା । ପାକିସ୍ତାନର ଜୁମ୍ମାତ ପୋଷ୍ଟ୍‌ରୁ ଡ୍ରୋନ୍‌ଟି ଆସି ଆନ୍ତର୍ଜାତିକ ସୀମାନ୍ତ ନିକଟରେ ଉଡୁଥିଲେ ବି ତାର ବାଡ଼ ଟପି ନ ଥିଲା । ବିପଦ ଆଶଙ୍କା କରି ‘ବିଏସ୍‌ଏଫ୍‌’ ଯବାନମାନେ ଉଡ଼ନ୍ତା ଡ୍ରୋନ୍ ଆଡ଼କୁ ୫/୬ ରାଉଣ୍ଡ୍ ଗୁଳି ଚଳାଇଥିଲେ । କିନ୍ତୁ, ତାହା ଗୁଳିବିଦ୍ଧ ହୋଇ ନ ଥିଲା । ଘଟଣା ପରେ ପରେ, ‘ବିଏସ୍‌ଏଫ୍‌’ର ମୁଖପାତ୍ର କହିଛନ୍ତି, ଭୋର ପ୍ରାୟ ୪.୨୫ ସମୟରେ ଉକ୍ତ ଡ୍ରୋନ୍‌ଟି ଆର୍ଣ୍ଣିଆ ସେକ୍ଟର୍ର ଅନ୍ତର୍ଗତ ଆନ୍ତର୍ଜାତିକ ସୀମାନ୍ତ ଅତିକ୍ରମ କରିବା ଲାଗି ଉଦ୍ୟମ କରୁଥିବା ବେଳେ ଜାଗ୍ରତ ଥିବା ‘ବିଏସ୍‌ଏଫ୍‌’ ଯବାନମାନେ ପାକିସ୍ତାନର ସେହି କ୍ଷୁଦ୍ର ‘ହେକ୍ସା କପ୍ଟର’ ବା ‘ଡ୍ରୋନ୍‌’ ଆଡ଼କୁ ଗୁଳି ଚଳାଇଥିଲେ । ଗୁଳି ବର୍ଷଣ ହେବାରୁ ଡ୍ରୋନ୍‌ଟି ଅବିଳମ୍ବେ ସେଠାରୁ ଫେରିଯାଇଥିଲା । ସେ ଅଞ୍ଚଳ ନିରୀକ୍ଷଣ କରିବା ଲାଗି ଡ୍ରୋନ୍‌ଟିକୁ ପଠାଯାଇଥିଲା ।

Leave A Reply

Your email address will not be published.

2 × 5 =