ୱାଶିଂଟନ୍: ଇତିହାସ ରଚିଛନ୍ତି ଭାରତୀୟ ବଂଶୋଦ୍ଭବ କମଲା ହାରିସ୍। ଆମେରିକା ଇତିହାସରେ ପ୍ରଥମ ମହିଳା ଉପରାଷ୍ଟ୍ରପତି ହୋଇଛନ୍ତି କମଲା ହାରିସ୍। ଖାଲି ପ୍ରଥମ ମହିଳା ଉପରାଷ୍ଟ୍ରପତି ନୁହେଁ, ପ୍ରଥମ ଆଙ୍ଗଲୋ ଆମେରିକାନ୍ ମହିଳା ଏବଂ ଭାରତୀୟ ବଂଶୋଦ୍ଭବ ମହିଳା ଭାବେ ଆମେରିକାର ଦ୍ୱିତୀୟ ଶକ୍ତିଶାଳୀ ପଦବୀକୁ ସମ୍ଭାଳିବାକୁ ଯାଉଛନ୍ତି। କମଲା ହାରିସଙ୍କ ମାଆଙ୍କ ଘର ତାମିଲନାଡ଼ୁରେ। ଭାରତୀୟ ବଂଶୋଦ୍ଧବ ହେବା ସହ ଆମେରିକା ରାଜନୀତିରେ କମଲାଙ୍କ ଥିଲା ବେଶ ଦବଦବା। ସମାଜର ନିମ୍ନସ୍ତରର ବ୍ୟକ୍ତି ବିଶେଷ ଏବଂ ବର୍ଣ୍ଣ ବୈଷମ୍ୟ ଲଢ଼େଇରେ କମଲାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ବି ରହିଛି। ଜୋ ବାଇଡେନ୍ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ କମଲା ଖୋଦ୍ ଫୋନ୍ କରି ତାଙ୍କୁ ଏ ସମ୍ପର୍କରେ ଜଣାଇଥିଲା। ଯାହାର ଭିଡିଓ ଏବେ ଭାଇରାଲ୍ ହୋଇଛି।