ଭାରତୀୟ ସେନାକୁ ମିଳିବ ଜେଟ ପ୍ୟାକ ସୁଟ୍

ନୂଆଦିଲ୍ଲୀ : ଭାରତୀୟ ସେନାକୁ ଖୁବଶୀଘ୍ର ଜେଟ ପ୍ୟାକ ସୁଟ୍ ମିଳିବ । ଏହି ସୁଟ୍ ରେ ଏକ ଛୋଟ ତଥା ଶକ୍ତିଶାଳୀ ଇଞ୍ଜିନ ରହିଛି । ଫଳରେ ଏହାକୁ ବ୍ୟବହାର କରି ଜଣେ ବ୍ୟକ୍ତି ବେଶ୍ କିଛିସମୟ ଧରି ଆକାଶରେ ଉଡି ପାରିବ । ଅନ୍ତର୍ଜାତୀୟ ସୀମାରେ ଥିବା ସମ୍ବେଦନଶୀଳ ଅଞ୍ଚଳରେ ମୁତୟନ ଥିବା ସେନା ଯବାନଙ୍କ ପାଇଁ ଏହି ସୁଟ୍ ବେଶ୍ ଉପଯୋଗୀ ହେବ ବୋଲି ଆଶା କରାଯାଉଛି । ଏହି ସୁଟ୍ କୁ ବ୍ରିଟେନର ଏକ କମ୍ପାନୀ ନିର୍ମାଣ କରିଥିବା ଜଣାପଡ଼ିଛି । ଇତିମଧ୍ୟରେ ଏହି ସୁଟ୍ ର ପରୀକ୍ଷା ଆରମ୍ଭ ହୋଇଥିବା ସେନା ତରଫରୁ ସୂଚନା ଦିଆଯାଇଛି । ଆଗ୍ରାରେ ବ୍ରିଟେନ୍ କମ୍ପାନୀର ଇଞ୍ଜିନିୟରମାନେ ଏହି ସୁଟକୁ ପିନ୍ଧି କିପରି ଉଡିହେବ ସେ ସମ୍ପର୍କରେ ଭାରତୀୟ ସେନାଧିକାରୀଙ୍କୁ ଉପଯୁକ୍ତ ସୂଚନା ପ୍ରଦାନ କରୁଥିବା ଜଣାପଡ଼ିଛି । ଏହି ସୁଟ୍ ରେ ୩ଟି ଇଞ୍ଜିନ ରହିଥିବା ଜଣାପଡ଼ିଛି । ଗୋଟିଏ ଇଞ୍ଜିନ୍ ସୁଟ୍ ର ପଛଭାଗରେ ରହିଥିବା ବେଳେ ଆଉ ଦୁଇଟି ଇଞ୍ଜିନ୍ ସୁଟ୍ ର ଦୁଇହାତରେ ରହିଛି । ସୁଟ୍ ର ସର୍ବାଧିକ ଓଜନ ୪୦ କେଜି ରହିଥିବା ବେଳେ ପରୀକ୍ଷା ପାଇଁ ଭାରତୀୟ ସେନାକୁ ୪୮ଟି ସୁଟ୍ ମିଳିଛି । ସୁଟ୍ ରେ ଘଣ୍ଟାକୁ ୫୦ କିମି ବେଗରେ ଉଡି ହେବ ବୋଲି ଜଣାପଡ଼ିଛି । ଚୀନ୍ ଓ ପାକିସ୍ତାନ ସହ ଲାଗିଥିବା ସୀମାର ତଦାରଖ ପାଇଁ ଏହି ସୁଟ୍ ଭାରତୀୟ ଯବାନଙ୍କ ପାଇଁ ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.

seventeen + 12 =