ଭିଡିଓ କନଫରେନ୍ସିଂ ଜରିଆରେ ହେବ କୋର୍ଟ କାର୍ଯ୍ୟ


କଟକ-ଆଜିଠାରୁ ରାଜ୍ୟରେ ସ୍ୱାଭାବିକ ହେବ କୋର୍ଟ କାର୍ଯ୍ୟ । ଏନେଇ ହାଇକୋର୍ଟ ପକ୍ଷରୁ ନିର୍ଦେଶନାମା ଜାରି କରାଯାଇଛି । ତେବେ ସମସ୍ତ କାର୍ଯ୍ୟ ଭିଡିଓ କନଫରେନ୍ସିଂ ଜରିଆରେ କରାଯିବ । ଯେଉଁ ଅଂଚଳରେ ସଟଡାଉନ କିମ୍ବା ଲକଡାଉନ ଭଳି କଟକଣା ଲାଗୁ ହୋଇଥିବ, ସେଠାରେ ଅଦାଲତ କାମ ହେବ ନାହିଁ । ଏବଂ ଯେଉଁ ସ୍ଥାନରେ ଇଂଟରନେଟ ଓ ଅନ୍ୟ କୌଣସି ବୈଷୟିକ ସମସ୍ୟା ଥିବା ସେଠାରେ କୋଭିଡ କଟକଣା ମାନି କୋର୍ଟରେ କାର୍ଯ୍ୟ କରିହେବ । ତେବେ ଅତି ଆବଶ୍ୟକ ନଥିଲେ କୌଣସି ସାକ୍ଷୀ କିମ୍ବା ଅଭିଯୁକ୍ତଙ୍କୁ ହାଜର ପାଇଁ ବାଧ୍ୟ ନ କରିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି । ହାଇକୋର୍ଟରେ ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ କାର୍ଯ୍ୟ ହେବ । ସମସ୍ତ କାର୍ଯ୍ୟ ଭର୍ଚୁଆଲ ମୋଡରେ ହେବ । ନୂଆ କେସ ଇମେଲ, ଇଫାଇଲିଂ ମାଧ୍ୟମରେ ଦାଖଲ କରାଯିବ ।

Leave A Reply

Your email address will not be published.

17 + eleven =