ଭୀମସାରରେ ୭ କରୋନା ଯୋଦ୍ଧାଙ୍କୁ କରୋନା

ସମ୍ବଲପୁର- ବୁର୍ଲା ଭୀମସାରରେ ୭କରୋନା ଯୋଦ୍ଧା କରୋନାରେ ଆକ୍ରାନ୍ତ ହୋଇଛନ୍ତି । ହସ୍ପିଟାଲର ୩ଜଣ ଡାକ୍ତର ଓ ୪ଜଣ ନର୍ସ କରୋନା ସଂକ୍ରମିତ ହୋଇଛନ୍ତି । ତେବେ ଏହି ୭ଜଣ ପଜିଟିଭ ଜଣାପଡ଼ିବା ପରେ ହସ୍ପିଟାଲକୁ ସାନିଟାଇଜ୍ କରାଯାଇଥିବା ସୂଚନା ଦେଲେ ନିର୍ଦେଶକ ପ୍ରଫେସର ଡା.ଲଳିତ ମେହେର । ସୂଚନା ଅନୁସାରେ, କରୋନା ସଂକ୍ରମଣର ଭୟାବହତାକୁ ଦେଖି ବୁଧବାର ଠାରୁ ବୁର୍ଲା ମଡ ମେଡିକାଲ ଓପିଡି ବନ୍ଦ ରହିଛି । ଏହା ଆସନ୍ତା ୧୯ତାରିଖ ପର୍ଯ୍ୟନ୍ତ ଜାରୀ ରହିବ । ଏହି ସମୟରେ ମଧ୍ୟ ସମସ୍ତ ଦୈନଦିନ ଅସ୍ତ୍ରୋପଚାର ମଧ୍ୟ ବନ୍ଦ ରହିବ । ତେବେ କାଜୁଆଲଟି ଓ ଜରୁରୀକାଳୀନ ଅସ୍ତ୍ରୋପଚାରକୁ ଅନୁମତି ଦିଆଯାଇଛି । ଏନେଇ ଜିଲ୍ଲାପାଳ ମଙ୍ଗଳବାର ଏକ ବିଜ୍ଞପ୍ତି ପ୍ରକାଶ କରିଥିଲେ । ସେହିପରି ଭିସୁଟକୁ ମଧ୍ୟ ବୁଧବାର ଠାରୁ ୨୧ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବାକୁ ନିର୍ଦେଶକ ଦେଇଛନ୍ତି ।

Leave A Reply

Your email address will not be published.

two + 3 =