ଭୁବନେଶ୍ୱର-ଆଜି ଭୁବନେଶ୍ୱରରୁ ୩୨୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏାମନଙ୍କ ମଧ୍ୟରୁ ୧୦୧ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୨୨୪ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଏନେଇ ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି । ଭୁବନେଶ୍ୱରରୁ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୬୨୦ ପଂହଚିଥିବା ବେଳେ ୧୩୧୧୪ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏଯାବତ୍ ୪୪୨୬ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ଓ ୬୭ ଜଣଙ୍କ ମୃତ୍ୟୁ ହୋଇଛି ।