ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ଜେନାଙ୍କ ନିରାପତା ରକ୍ଷି କରୋନାରେ ମୃତ୍ୟୁ


ଭୁବନେଶ୍ୱର-ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ଜେନାଙ୍କ ନିରାପତା ରକ୍ଷି ଆଶିଷ ମହାକୁଲଙ୍କ କରୋନାରେ ମୃତ୍ୟୁ ହୋଇଛି । ଅଗଷ୍ଟ ୨୧ ତାରିଖରେ ତାଙ୍କ ସ୍ୱସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ହାଇଟେକ ମେଡିକାଲରେ ଭର୍ତି କରାଯାଇଥିଲା । ପ୍ରଥମେ ତାଙ୍କୁ ଆଇସିୟୁରେ ରଖାଯାଇଥିଲା ଓ ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଭେଂଟଲେଟରରେ ରଖାଯାଇଥିଲା । କିନ୍ତୁ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ନଆସିବାରୁ ଆଜି ତାଙ୍କର ମୃତ୍ୟୁ ହୋଇଛି । ଭୁବନେଶ୍ୱର ପୋଲିସ ପକ୍ଷରୁ ତାଙ୍କୁ ଶେଷ ସମ୍ମାନ ଜଣାଇଛନ୍ତି । ମହାକୁଲ ଭୁବନେଶ୍ୱର ରିଜର୍ଭ ବାଟାଲିୟାନରେ ୨୦ ବର୍ଷ ଧରି କାମ କରୁଥିଲେ । ୧୯୯୫ ମସିହାରେ ସେ ପୋଲିସରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.

nineteen − 10 =