ମଙ୍ଗଳ ପୃଷ୍ଠରେ ଚାଲିଲା ଚୀନ୍‌ର ‘ଜୁୁରୋଙ୍ଗ’

ବେଜିଙ୍ଗ: ଚୀନ ପ୍ରେରିତ ରୋଭର୍ ‘ଜୁରୋଙ୍ଗ’ ଗତକାଲି ପ୍ରଥମ କରି ଲୋହିତ ଗ୍ରହ ମଙ୍ଗଳ ପୃଷ୍ଠରେ ଗତି କରିଥିବା କଥା ଉକ୍ତ ରୋଭର୍ ପାଇଁ ଥିବା ଚୀନ ସାମାଜିକ ଗଣମାଧ୍ୟମରୁ ଜଣାପଡିଛି ।
ଚୀନ୍‌ର ପୌରାଣିକ ଅଗ୍ନିଦେବତା ‘ଜୁରୋଙ୍ଗ’ଙ୍କ ନାମାନୁସାରେ ନାମିତ ଏହି ରୋଭ୍‌ର ବେଜିଙ୍ଗ ସମୟ ସକାଳ ୧୦.୪୦ରେ ମଙ୍ଗଳ ପୃଷ୍ଠରେ ଚାଲିଛି ବୋଲି ଉପରୋକ୍ତ ସାମାଜିକ ଗଣମାଧ୍ୟମ ଆକାଉଂଟରେ ଉଲ୍ଲେଖ ଅଛି । ରିମୋଟ- ନିୟମନ୍ତ୍ରିତ ସେ ମୋଟୋର୍ ଚଳିତ ରୋଭର୍‌ଟି ‘ଲ୍ୟାଣ୍ଡିଂ କ୍ୟାପ୍‌ସୁଲ୍‌’ର ଶିଡିଦ୍ୱାରା ଓହ୍ଲାଇ ମଙ୍ଗଳ ଗ୍ରହ ପୃଷ୍ଠରେ ଚାଲିବା ପରେ ଚୀନ୍‌ର ପ୍ରଥମ ଅଭିଯାନ ସଫଳ ହୋଇଛି । ଏଥିସହ, ଯୁକ୍ତରାଷ୍ଟ୍ର ଆମେରିକା ପରେ ମଙ୍ଗଳ ଗ୍ରହରେ ଭୂପୃଷ୍ଠ ଯାନ ମୁତୟନକାରୀ ଦ୍ୱିତୀୟ ଦେଶ ଭାବେ ଚୀନ୍ ପରିଗଣିତ ହୋଇଛି । ୧୯୭୧ରେ ପୂର୍ବତନ ସୋଭିଏତ୍ ଦେଶ ମଙ୍ଗଳ ଗ୍ରହ ପୃଷ୍ଠରେ ଗୋଟାଏ ମହାକାଶଯାନ ଅବତରଣ କରାଇଥିଲା, କିିନ୍ତୁ କିଛି କ୍ଷଣ ପରେ ତାହା ପୃଥିବୀ ପୃଷ୍ଠରୁ ଯୋଗାଯୋଗ ହରାଇବାରୁ ଅଭିଯାନ ବିଫଳ ହୋଇଗଲଶ ।

Leave A Reply

Your email address will not be published.

nineteen + 1 =