‘ମଡର୍ଣ୍ଣା’ ଟିକାକୁ ଆମେରିକାର ଅନୁମତି


ୱାସିଂଟନ୍: ‘ମଡର୍ଣ୍ଣା’ ପ୍ରସ୍ତୁତ କରୋନାଭାଇରସ୍ ଟିକାର ଜରୁରୀକାଳୀନ ବ୍ୟବହାର କରିବାକୁ ଯୁକ୍ତରାଷ୍ଟ୍ର ଆମେରିକାର ଫୁଡ୍ ଆଣ୍ଡ ଡ୍ରଗ୍ ଆଡମିନିଷ୍ଟେ୍ରସନ୍’ର ପରାମର୍ଶଦାତା କମିଟି ଅନୁମୋଦନ କରିଛି । ଫଳରେ, କରୋନାଭାଇରସ୍ ବିପକ୍ଷରେ ଏହି ଟିକା ‘ଫାଇଜର’ ଟିକାର ବିକଳ୍ପ ହୋଇପାରିଛି ।
ଅନୁପସ୍ଥିତ ଥିବା ଜଣେ ସଦସ୍ୟଙ୍କୁ ଛାଡି ପରାମର୍ଶଦାତା କମିଟିର ବାକି ୨୦ଜଣ ସଦସ୍ୟ ‘ମଡର୍ଣ୍ଣା’ ପ୍ରସ୍ତୁତ ଟିକା ସପକ୍ଷରେ ମତଦାନ କରିଥିଲେ ।
୧୮ ବର୍ଷ ଏବଂ ତହିଁରୁ ଉଦ୍ଧ୍ୱର୍ ବୟସ ବର୍ଗଙ୍କ କ୍ଷେତ୍ରରେ ‘ମଡର୍ଣ୍ଣା ଟିକା’ର ବିଶେଷ ବିପଦର କାରଣ ହୋଇ ନ ଥିବାରୁ କମିଟିର ସମସ୍ତ ସଦସ୍ୟ ତା’ ସପକ୍ଷରେ ଭୋଟ୍ ଦେଇଛନ୍ତି ।
କୋଭିଡ-୧୯ ରୋଗୀଙ୍କର ଚିକିସôା କରୁଥିବା ସ୍ୱାସ୍ଥ୍ୟସେବା କର୍ମୀ, ସଂକ୍ରମଣର ସମ୍ଭାବନା ଥିବା ବ୍ୟକ୍ତିବିଶେଷ ଏବଂ ନର୍ସିଙ୍ଗ ହୋମ୍ କର୍ମଚାରୀମାନଙ୍କୁ ପ୍ରଥମେ ଏହି ଟିକା ଦିଆଯିବ ।
ଶୁକ୍ରବାର ସୁଦ୍ଧା ‘ଫୁଡ୍ ଡ୍ରଗ୍ ଆଡ୍ମିନିଷ୍ଟେ୍ରସନ’ ‘ମଡର୍ଣ୍ଣା ଟିକା’ର ଜରୁରୀ ବ୍ୟବହାର ନିମନ୍ତେ କ୍ଷମତା ପ୍ରଦାନ କରିବ ବୋଲି ଆଶା କରାଯାଉଛି ।
୧୦୦ ନିୟୁତ ଡୋଜ୍ ଟିକା କିଣିବା ନିମନ୍ତେ ଅଗଷ୍ଟ ମାସରେ ଯୁକ୍ତରାଷ୍ଟ୍ର ଆମେରିକା ‘ମଡର୍ଣ୍ଣା’ ୧.୫ ବିଲିୟନ ଡଲାର୍ ରାଜିନାମା ସ୍ୱାକ୍ଷର କରିଥିଲା ।

Leave A Reply

Your email address will not be published.

1 × five =